Photo For The News Of Annual Function

କାଦବରାଙ୍ଗ ହାଇସ୍କୁଲ ବାର୍ଷିକ ଉତ୍ସବ

State

ଆଗରପଡ଼ା :ବନ୍ତ ବ୍ଲକ ଶିକ୍ଷାଧିକାରୀଙ୍କ ଅଧିନସ୍ଥ କାଦବରାଙ୍ଗ ହାଇସ୍କୁଲ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନଶିକ୍ଷକ ପୀତବାସ ଜେନାଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ପୂର୍ବତନ ସରପଂଚ ଭାଗିରଥି ସେଠୀ,ସାରସ୍ୱତ ସାଧକ ରମାକାନ୍ତ ଜେନା,ମେଡ଼ିକାଲ ଅଫିସର ଡ଼ାକ୍ତର ସୋନମ ସ୍ୱାଇଁ,ବ୍ୟାଙ୍କ ମ୍ୟାନେଜର ବିପିନ ବିହାରୀ ମହାନ୍ତି,ସିଆରସିସି ମନୋଜ ରାଉଳ,ସୁବଳକାନ୍ତ ପଣ୍ଡା,ପ୍ରସନ୍ନ ପଣ୍ଡା,ଭଗବାନ ଗିରି ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ସହକାରୀ ଶିକ୍ଷୟିତ୍ରୀ ଲିଲି ପରିଡ଼ା ବିବରଣୀ ପାଠ,ଭାସ୍ୱତୀ ଜେନା ଅତିଥି ପରିଚୟ ଓ ସୁକାନ୍ତ ସିଂ ଧନ୍ୟବାଦ ଅର୍ପଣ କରିଥିଲେ । ମୁଖ୍ୟମନ୍ତ୍ରୀ ପୁରସ୍କାର ପ୍ରାପ୍ତ ଶିକ୍ଷୟିତ୍ରୀ ଲିଲି ପରିଡ଼ା,ଭାସ୍ୱତୀ ଜେନା,ଲୋପାମୁଦ୍ରା ସ୍ୱାଇଁଙ୍କ ସହ ଶ୍ରେଷ୍ଠ ଛାତ୍ର ସତ୍ୟବ୍ରତ ସ୍ୱାଇଁଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା ।