ପରିବର୍ତ୍ତନ ହେଲା ପାଗ । ଆରମ୍ଭ ହୋଇଗଲାଣି ବର୍ଷା ପବନ । କାଲିଠୁ ବଢ଼ିବ। ବାତ୍ୟାକୁ ନେଇ ପୁରୀ, ଧାମରା ଓ ପାରାଦ୍ବୀପ ବନ୍ଦରକୁ ୧୦ ନଂ ବିପଦ ସଙ୍କେତ ଜାରି ହୋଇଛି । ଗୋପାଳପୁର ବନ୍ଦରକୁ ୮ ନଂ ବିପଦସଙ୍କେତ ଜାରି ହୋଇଛି ।
ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି । ବାତ୍ୟା ପ୍ରଭାବରେ ବର୍ଷା ସହ ପବନର ବେଗ ବଢ଼ିବ। ଲ୍ୟାଣ୍ଡଫଲ ବେଳେ ପବନର ବେଗ ୧୧୦ କିଲୋମିଟର ରହିବ। ୨୪ ଓ ୨୫ ତାରିଖରେ ବର୍ଷା ସହ ପବନର ବେଗ ବଢ଼ିବ। ଜଗତସିଂହପୁର ଓ ଭଦ୍ରକରେ ୧୧୦ କିମି ବେଗରେ ବହିବ ପବନ ।
ବାଲେଶ୍ବର ଓ କେନ୍ଦୁଝରରେ ୧୧୦ ରହିବ ପବନର ବେଗ। ମୟୂରଭଞ୍ଜରେ ୮୦ରୁ ୯୦ କିମି ବେଗରେ ବହିବ ପବନ । ପୁରୀ ଓ କଟକରେ ୬୦-୮୦ କିମି ବେଗରେ ପବନ ବହିବ । ଆସନ୍ତାକାଲି ଉପକୂଳବର୍ତ୍ତୀ ଜିଲ୍ଲା ଗୁଡ଼ିକରେ ପ୍ରବଳର ଅତି ପ୍ରବଳ ବର୍ଷା ହେବ। କାଲି ପାଇଁ ପ୍ରବଳରୁ ଅତି ପ୍ରବଳ ପର୍ଷା ନେଇ ୭ ଜିଲ୍ଲା ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର, ମୟୂରଭଞ୍ଜ, ଯାଜପୁର ଓ କଟକ ଜିଲ୍ଲା ପାଇଁ ରେଡ୍ ଆଲର୍ଟ ଜାରି ହୋଇଛି।
ସେହିପରି ଗଞ୍ଜାମ, କେନ୍ଦୁଝର, ଢେଙ୍କାନାଳ, ଖୋର୍ଦ୍ଧା, ପୁରୀ ଓ ନୟାଗଡ଼ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ୨୫ ତାରିଖରେ ମଧ୍ୟ ପ୍ରବଳ ବର୍ଷା ହେବ। କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ୨୫ ତାରିଖରେ ଭଦ୍ରକ, ବାଲେଶ୍ବର, ମୟୂରଭଞ୍ଜ ଓ କେନ୍ଦୁଝରକୁ ରେଡ୍ ଆଲର୍ଟ ଜାରି ହୋଇଛି। ୬ ଜିଲ୍ଲାକୁ ଜାରି ହୋଇଛି ଅରେଞ୍ଜ ଆଲର୍ଟ।