Dh

ଧର୍ମପରାୟଣା ମହିଳାଙ୍କ ପରଲୋକ

State

ଆଗରପଡ଼ା :ବନ୍ତ ବ୍ଲକ ଚାରିଗାଁ ପଂଚାୟତ ଅନ୍ତର୍ଗତ ଚକ୍ରାପାଢୀ ଗ୍ରାମର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ବରିଷ୍ଠ କଳାକାର ଗଣେଶ ପ୍ରସାଦ ଭୋଳଙ୍କ ଧର୍ମପତ୍ନୀ ଯମୁନା(୬୬)ଙ୍କ ପରଲୋକ ଘଟିଛି । ସେ ଗତକିଛି ଦିନ ହେବ ହାର୍ଟ ଓ ଫୁସଫୁସ ରୋଗରେ ପିଡ଼ିତ ହୋଇ ଚିକିତ୍ସାଧିନ ଥିଲେ । ସେ ଜଣେ ସରଳ, ଅମାୟିକ ଓ ଧର୍ମପରାୟଣା ମହିଳା ଭାବେ ଅଂଚଳରେ ବେଶ ପରିଚିତ ଥିଲେ । ମୃତ୍ୟୁ ଖବର ପାଇବା ପରେ ପଂଚାୟତ ପୂର୍ବତନ ସରପଞ୍ଚ ବନମାଳୀ ବେହେରା, ସମିତିସଭ୍ୟ ଧରଣୀଧର କର, ପୂର୍ବତନ ସମିତିସଭ୍ୟ ରାମଚନ୍ଦ୍ର ସାହୁ, ଗୋପାଳ ଚରଣ ଭୋଳ, କପିଳ ଚରଣ ଭୋଳ, ଉମାକାନ୍ତ ଭୋଳ, ଧୀରେନ ଭୋଳ, ନରେନ୍ଦ୍ର ସାହୁ, ରଞ୍ଜନ ସାହୁ, ଚନ୍ଦ୍ରକାନ୍ତ ବେହେରା ପ୍ରମୂ୍‌ଖ ଉପସ୍ଥିତ ରହି ମରଶରୀରକୁ ଶେଷ ଦର୍ଶନ କରିବା ସହ ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ । ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ପରିବାରର ସମସ୍ତ ସଦସ୍ୟଙ୍କ ଜ୍ଞାତିକୁଟୁମ୍ବ ମାନେ ଉପସ୍ଥିତ ଥିଲେ ।