E82eae16 1394 40cc Bacc 17c24e49a396

ସନ୍ତୋଳ ନଗରୀରେ ସାଧୁ ଗୋସ୍ୱାମୀଙ୍କ ୭୬ ତମ ବାର୍ଷିକ ଉତ୍ସବ ପାଳିତ

State

କଟକ ସଦର  (ବୁଲୁ ପାତ୍ରଙ୍କ ଠାରୁ) : କଟକ ସଦର ଥାନା ଅନ୍ତର୍ଗତ ସନ୍ତୋଳ ନଗରୀ ଗ୍ରାମର ସାଧୁ ଗୋସ୍ୱାମୀଙ୍କ ପୀଠରେ ପବିତ୍ର ତ୍ରୀବେଣୀ ଅମାବାସ୍ୟା ଉପଲକ୍ଷେ ପୂଜ୍ୟ ସାଧୁ ଗୋସ୍ୱାମୀଙ୍କ ୭୬ ତମ ବାର୍ଷିକ ମହୋତ୍ସବ ପାଳିତ ହୋଇଥିଲା । ଏହି ଉପଲକ୍ଷେ କଳସ ଯାତ୍ରା, ବେଢ଼ା ପରିକ୍ରମା, ପ୍ରଭୁଙ୍କ ଷୋଡ଼ଶ ଉପଚାର ପୂଜା ସହିତ ଯଞ ଅନୁଷ୍ଠିତ ହୋଇ ପୂର୍ଣ୍ଣାହୁତ ଦିଆଯାଇଥିଲା । ସନ୍ଧ୍ୟାରେ ନିଆଳୀ ବିଧାୟକ ତଥା କଟକ ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ଡାକ୍ତର ପ୍ରଫେସର ପ୍ରମୋଦ କୁମାର ମଲ୍ଲିକ ମୁଖ୍ୟ ଅତିଥି , ବାରଙ୍ଗ ବ୍ଲକ ବିଜେଡି ସଭାପତି ଗୋଲଖ ଚନ୍ଦ୍ର ପାତ୍ର, ସରପଞ୍ଚ ନରୋତ୍ତମ ଦାସ, ସମିତି ସଭ୍ୟ କୃଷ୍ଣ ଚନ୍ଦ୍ର ମଲ୍ଲିକ, ସମାଜସେବୀ ପ୍ରଭାତ ପାତ୍ର, ବିକାଶ ପାତ୍ର, ଲକ୍ଷ୍ମୀଧର ପାତ୍ର, ନଳୀନକାନ୍ତ ପଟ୍ଟନାୟକ, ପ୍ରଶାନ୍ତ ଦାସ, ମନୋଜ ରଥ, ରାଜିବ ପଟ୍ଟନାୟକ, କଳ୍ପତରୁ ଖୁଣ୍ଟିଆ, ଶୋଭନ ମହାପାତ୍ର, ସୁଦାମ ମଲ୍ଲିକ, ପ୍ରଦୀପ ସାହୁ, ଦିବାକର ମଲ୍ଲିକ, ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।

254f513e 2cf9 47e4 8dca 75fb7e10cf18

ଏହି ଉପଲକ୍ଷେ ଆୟୋଜିତ ଉତ୍ସବରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଆଧ୍ୟାତ୍ମିକ ଭଜନ ପରିବେଷଣ କରାଯାଇଥିଲା ଏହାକୁ ଶୁଣିବା ପାଇଁ ଆଖପାଖ ଅଞ୍ଚଳର ଲୋକଙ୍କ ସମାଗମ ହୋଇଥିଲା । ଶେଷରେ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା । ସାଧୁ ଗୋସ୍ୱାମୀ ପୂଜା କମିଟିର ସମସ୍ତ କର୍ମକର୍ତ୍ତା, ସଦସ୍ୟମାନେ ଦୁଇଦିନ ଧରି କାର୍ଯ୍ୟକ୍ରମକୁ ସୂଚାରୁ ରୂପେ ପରିଚାଳନା କରିଥିଲେ ।