Ishani Berhampur Gp Re Ama Odisha Karyakrama

ଇଶାଣୀ ବରହମପୁର ପଞ୍ଚାୟତ ସ୍ତରୀୟ ସଚେତନତା

State

ନିଶ୍ଚିନ୍ତକୋଇଲି : ରାଜ୍ୟ ସରକାରଙ୍କର ଆମ ଓଡ଼ିଶା ନବୀନ ଓଡ଼ିଶାର ପଞ୍ଚାୟତ ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ଇଶାଣୀବରହମପୁର ପଞ୍ଚାୟତରେ ସରପଞ୍ଚ ସୁଶାନ୍ତ କୁମାର ସେଠୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ହୋଇଛି । ପୂର୍ବତନ ଜିଲ୍ଲାପରିଷଦ ଅଚ୍ୟୁତାନନ୍ଦ ଦାସଙ୍କ ସଭାପତିତ୍ୱରେ ଏଥ୍‌ôରେ ମୁଖ୍ୟଅତିଥି ଭାବେ ସଦର ବିଧାୟକ ଚନ୍ଦ୍ର ସାରଥୀ ବେହେରା ଯୋଗ ଦେଇ ନବୀନ ବାବୁଙ୍କର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଠାରୁ ଆରମ୍ଭ କରି ସାଧାରଣ ଲୋକମାନଙ୍କ ପାଇଁ ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ ।

ଏଥ୍‌ôରେ ମୁଖ୍ୟବକ୍ତା ଭାବେ ଜିଲ୍ଳା ଯୁବ ବିଜେଡ଼ି ଯୁବ ଉପସଭାପତି ଯାଞ୍ଜସେନୀ ଶ୍ରୀଚନ୍ଦନ ନାୟକ,ଯୁବ ସଭାପତି ଗୋପିନାଥ ପଲେଇ, ସମିତିସଭ୍ୟ ବିଶ୍ୱେନ୍ଦୁ ମହାରଣା, କନିଷ୍ଠ ଯନ୍ତ୍ରୀ ଅନାମ ବିଶ୍ୱାଳ, ପିଇଓ ବିଜୟ କୁମାର ରାଉତ ଯୋଗ ଦେଇ ବିଭିନ୍ନ ଜନହିତକର ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ ଅବସର ପ୍ରାପ୍ତ ବହୁ ସରକାରୀ କର୍ମଚାରୀ ସମ୍ବର୍ଦ୍ଧିତ କରାଯାଇଥିଲା ବେଳେ ବହୁ ହିତାଧିକାରୀଙ୍କୁ ବିଭିନ୍ନ ଯୋଜନାରେ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଥିଲା ।