Lalbag School Ra Barsika Krida Puraskar Bitarani

ଲାଲବାଗ ସ୍କୁଲ ସମୂହର ବାର୍ଷିକ ପୁରସ୍କାର ବିତରଣ

State

ନିଶ୍ଚିନ୍ତକୋଇଲି : ଜିଗ୍ନୀପୁର ପଞ୍ଚାୟତ ଲାଲବାଗ ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତାର ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନଶିକ୍ଷୟିତ୍ରୀ ମିନତୀ ନାୟକଙ୍କ ସଭାପତିତ୍ୱରେ ଏଥ୍‌ôରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ମଣ୍ଡଳ ଶିକ୍ଷାଧିକାରୀ ଲକ୍ଷ୍ମଣ କୁମାର ଲେଙ୍କା, ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ଶିକ୍ଷା ଅନୁ ନିରୀକ୍ଷକ କୈଳାସଚନ୍ଦ୍ର ସାହୁ,ନତକାଇ ସରପଞ୍ଚ ଜୟଦେବ ରାଉତ, ଏବିଇଓ ଲକ୍ଷ୍ମୀନାରାୟଣ ରାଉତ, ପାର୍ବତୀ ନନ୍ଦ,ସତ୍ୟଭାମା ପଣ୍ଡା,ଜିଗ୍ନୀପୁର ପ୍ରଧାନଶିକ୍ଷକ ହେମନ୍ତ କୁମାର ରାଉତ, ସ୍କୁଲ ପରିଚାଳନା କମିଟି ସଭାପତି ତ୍ରିଲୋଚନ ଜେନା,ଅବସରପ୍ରାପ୍ତ ଶିକ୍ଷକ ବିଚିତ୍ରାନନ୍ଦ ବେହେରା,ନର୍ମଦା ବାରିକ ପ୍ରମୁଖ ଯୋଗ ଦେଇଥିଲେ । ପ୍ରାରମ୍ଭରେ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ରଶ୍ମୀରାଣୀ ପଣ୍ଡା ସ୍ୱାଗତଭାଷଣ ଏବଂ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ । କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଶିକ୍ଷକ ମଳୟ କୁମାର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।