Eqwe

ଏସ୍‌ଏମ୍ କଲେଜରେ ନୂତନ ଅଧ୍ୟକ୍ଷଙ୍କ ଦାୟିତ୍ୱ ଗ୍ରହଣ

State

ନିଶ୍ଚିନ୍ତକୋଇଲି : ଅସୁରେଶ୍ୱର ସ୍ଥିତ ସୁଭଦ୍ରା ମହତାବ ମହାବିଦ୍ୟାଳୟର ୨୧ତମ ଅଧ୍ୟକ୍ଷ ଭାବେ ପ୍ରାଣୀ ବିଜ୍ଞାନ ବିଭାଗର ପ୍ରଧ୍ୟାପକ ପଦାରବିନ୍ଦ ବିଶ୍ୱାଳ ଯୋଗ ଦେଇଛନ୍ତି । ଫେବୃୟାରୀ ୧ତାରିଖରେ ପ୍ରାକ୍ତନ ଅଧ୍ୟକ୍ଷ ମହମ୍ମଦ ସକିଲଙ୍କ ଠାରୁ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦାୟିତ୍ୱ ଗ୍ରହଣ ପରେ ଯୁବ ସମାଜସେବୀ ଅକ୍ଷୟ କୁମାର ସାହୁଙ୍କ ସମେତ କଲେଜର ସମସ୍ତ ଅଧ୍ୟାପକ ଅଧ୍ୟାପିକା,ପରିଚାଳନା କମିଟିର କର୍ମକର୍ତ୍ତା, ସ୍ଥାନୀୟ ନେତୃବୃନ୍ଦ ଓ ଅଭିଭାବକ ମାନେ ତାଙ୍କୁ ସ୍ୱାଗତ ଶୁଭେଚ୍ଛା ଜ୍ଞାପନ କରିଛନ୍ତି । କଲେଜରେ ଉତ୍ତମ ଶିକ୍ଷାଦାନ ଏବଂ ପାରିପାଶ୍ୱର୍ିକ ବ୍ୟବସ୍ଥାର ବିକାଶ ପ୍ରତି ସ୍ୱତନ୍ତ୍ର ଗୁରୁତ୍ୱ ଦେବେ ବୋଲି ଶ୍ରୀ ବିଶ୍ୱାଳ ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ।