ଆଗରପଡ଼ା :ପୁରୁଷଣ୍ଢ ପଂଚାୟତ ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମ ସ୍ଥିତ ଏକ ଚାଷଜମିରେ ୨ଟି ଗାଈ ମରି ପଡ଼ିଥିବାର ଦେଖିବାକୁ ମିଳିଥିଲା । ନିକଟରେ ଥିବା ଖୋଲା ଟ୍ରାନ୍ସଫର୍ମର ଥିବା ବିଦ୍ୟୁତ ଖୁଣ୍ଟରୁ ଝୁଲି ପଡ଼ିଥିବା ତାର ସଂସ୍ପର୍ଶରେ ଆସି ଗାଈ ଦୁଇଟିର ମୃତ୍ୟୁ ଘଟିଛି ବୋଲି ଅନୁମାନ କରାଯାଉଛି । ଗାଈ ବିଦ୍ୟୁତଖୁଣ୍ଟ ଥିବା କିଛି ଦୂରରେ ଚରୁଥିବାର ଲୋକେ ଦେଖିଥିଲେ । ବିଦ୍ୟୁତ ତାର ଝୁଲି ପଡ଼ିଥିଲେ ସୁଦ୍ଧା ବିଭାଗୀୟ କର୍ମଚାରୀମାନେ ଏହାକୁ ମରାମତି କରିବା ପାଇଁ ଧ୍ୟାନଦେଇ ପାରିନାହାଁନ୍ତି । ଦୀର୍ଘମାସ ଧରି ଖୁଣ୍ଟ ଖୋଲା ସ୍ଥାନରେ ଥିଲେ ସୁଦ୍ଧା ଏହାକୁ ଆବଦ୍ଧ କରାଯିବାର ବ୍ୟବସ୍ଥା ହୋଇ ପାରିନାହିଁ । ଏବେ ଗାଈ ମରିଛି,ଆଗକୁ ମଧ୍ୟ କିଛି ବଡ଼ ଦୁର୍ଘଟଣା ଘଟିବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନ ପାରେ । ଏହାକୁ ତୁରନ୍ତ ଆବଦ୍ଧ କରିବାର ବ୍ୟବସ୍ଥା କରିବାକୁ ଗ୍ରାମବାସୀ ଦାବି କରିଛନ୍ତି ।
