Kalamishri Gp Re Ama Odisha Karyakrama

କଳମିଶ୍ରି ପଞ୍ଚାୟତରେ ଆମ ଓଡ଼ିଶା ନବୀନ ଓଡ଼ିଶାର ସଚେତନତା

State

ନିଶ୍ଚିନ୍ତକୋଇଲି : ରାଜ୍ୟ ସରକାର ବିଗତ ୨୩ବର୍ଷ ଶାସନ କାଳରେ ଭିତ୍ତିଭୂମିର ବିକାଶ ପାଇଁ ଯେଉଁ ସବୁ କାର୍ଯ୍ୟକ୍ରମ ମାନ କରି ଓଡ଼ିଶାକୁ ରୁପାନ୍ତିକରଣ କରିବା ନିମନ୍ତେ କାର୍ଯ୍ୟକ୍ରମ ଜାରି ରଖିଛନ୍ତି ଏବଂ ବିଭିନ୍ନ ଜନହିତକର ଯୋଜନା ପ୍ରଣୟନ କରି ଲୋକଙ୍କ ମୁଖରେ ହସ ଫୁଟାଇଛନ୍ତି ତାହାର ସଚେତନତା ପାଇଁ କଳମିଶ୍ରି ପଞ୍ଚାୟତରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ସଂକ୍ରାନ୍ତରେ ଆଲୋଚନା ହୋଇଛି । ଏହି ଅବସରରେ ସ୍କୁଲ ଛାତ୍ର ଛାତ୍ରୀମାନଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବା ସହିତ ବିଭିନ୍ନ ପ୍ରକାର ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଛି ।

ସରପଞ୍ଚ ଅନନ୍ତ କରଙ୍କ ସଭାପତିତ୍ୱରେ ଏଥ୍‌ôରେ ମୁଖ୍ୟ ଅତିଥି ଭାବେ କଟକ ସଦର ବିଧାୟକ ଚନ୍ଦ୍ରସାରଥୀ ବେହେରା ଯୋଗ ଦେଇ ରାଜ୍ୟରେ ସାଢେ ଚାରି କୋଟି ଲୋକଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ପରିବାର ସଦସ୍ୟ ଭାବି ଯେଉଁ ସେବାମୂଳକ କାର୍ଯ୍ୟ କରି ଚାଲିଛନ୍ତି ସେ ନେଇ ଜନସାଧାରଣମାନେ ଚିନ୍ତା କରି ପ୍ରତିଦାନ ସ୍ୱରୂପ ବିଜେଡ଼ିକୁ ଆର୍ଶିବାଦ ଦେବା ପାଇଁ ଆହ୍ୱାନ ଦେଇଥିଲେ । ଏଥ୍‌ôରେ ମୁଖ୍ୟ ବକ୍ତା ଭାବେ ବିଡ଼ିଓ ଧର୍ମରଂଜନ ପଣ୍ଡା, ସମ୍ମାନୀତ ଅତିଥି ଭାବେ ବିଜେଡ଼ି ବ୍ଲକ କାର୍ଯ୍ୟକାରୀ ସଭାପତି ପ୍ରମୋଦ ନାୟକ, ବିଚିତ୍ରାନନ୍ଦ ବରାଳ,ସମିତିସଭ୍ୟା ସୌଦାମିନୀ ବିଶ୍ୱାଳ, ବିଶ୍ୱଜିତ୍ ପରିଡ଼ା, ନାଏବ ସରପଞ୍ଚ ସୁଜାତା ଧଳ,ଅନ୍ତକିଶୋର ପଣ୍ଡା,ଘନଶ୍ୟାମ ଦାସ,କନିଷ୍ଠ ଯନ୍ତ୍ରୀ ବିଜୟ ସେଠୀ, ପିଇଓ ଦିଲ୍ଲୀପ ମହନ୍ତ ପ୍ରମୁଖ ଯୋଗ ଦେଇଥିଲେ ।