Onn 3

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ଏକ୍‌ଷ୍ଟ୍ରାମୁରାଲ୍‌ ଲେକ୍ଚର୍‌

State

ବାରିପଦା: ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ରିସର୍ଚ୍ଚ୍‌ କ୍ଲବ ଏବଂ ପ୍ରାଣୀବିଜ୍ଞାନ ବିଭାଗ ଦ୍ୱାରା ମିଳିତ ଭାବେ ଏକ ଏକ୍‌ଷ୍ଟ୍ରାମୁରାଲ୍‌ ଲେକ୍ଚର୍‌ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ପରିଷଦର ଭାରପ୍ରାପ୍ତ ଅଧ୍ୟକ୍ଷା ପ୍ରଫେସର ଏମ. ହିମବିନ୍ଦୁଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଥିଲା ।

ଜର୍ମାନୀର ଲିପ୍‌ଜିଗ୍‌ ବିଶ୍ୱବିଦ୍ୟାଳୟର ଆପ୍ଲାଏଡ୍‌ ଷ୍ଟେମ୍‌ ସେଲ୍‌ ଆଣ୍ଡ୍‌ ସେଲ୍‌ ଟେକ୍ନୋଲଜିର ଉପ ମୁଖ୍ୟ ଡ. ଶିବାଶିଷ ଗିରି ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ “ନୂତନ ଆବିଷ୍କାର ଗୁଡ଼ିକରେ ମୌଳିକ ଚିନ୍ତାଧାରାର ସୃଜନ” ଶୀର୍ଷକ ବିଷୟରେ ବକ୍ତୃତା ଦେଇ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କର ଅନ୍ତର୍ନିହିତ ସାମର୍ଥ୍ୟକୁ ଉପଯୋଗ କରିବାକୁ ଉତ୍ସାହିତ କରିଥିଲେ ଏବଂ ପ୍ରେରଣା ଦେଇଥିଲେ । ରିସର୍ଚ୍ଚ୍‌ କ୍ଲବ୍‌ର ସଂଯୋଜିକା ଡ. କୁକୁ ମହାପାତ୍ର ସ୍ୱାଗତ ଭାଷଣ ଦେଇଥିଲେ ଏବଂ ପ୍ରାଣୀ ବିଜ୍ଞାନର ସହକାରୀ ପ୍ରଫେସର ଡ. ଗାର୍ଗୀ ମହାନ୍ତି ଅତିଥି ପରିଚୟ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ଓ ଶହେରୁ ଉର୍ଦ୍ଦ୍ୱ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।