ବ୍ରହ୍ମପୁର : ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜର ୪ର୍ଥ ହଷ୍ଟେଲରେ ରାଗିଂ ଘଟଣାରେ ନିଆଯାଇଛି କଡ଼ା କାର୍ଯ୍ୟାନୁଷ୍ଠାନ। ରାଗିଂ କରିଥିବା ୪ର୍ଥ ହଷ୍ଟେଲର ୫ଜଣ ସିନିୟର ଛାତ୍ରଙ୍କୁ ସବୁଦିନ ପାଇଁ ହଷ୍ଟେଲ ମନା ହୋଇଛି। ଏଥିସହ ସଂପୃକ୍ତ ଛାତ୍ରମାନଙ୍କୁ ମିଳିବନି ମେଧାବୃତ୍ତି, ଫେଲୋସିପ୍ ଓ ଅନ୍ୟାନ ସୁବିଧାସୁଯୋଗ। ଆଣ୍ଟି ରାଗିଂ କମିଟିର ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି କଲେଜ ଡିନ୍ ଡାକ୍ତର ସୁଚିତ୍ରା ଦାସ।
କିଛି ଦିନ ତଳେ ଏମ୍କେସିଜି ମେଡିକାଲ କଲେଜର ୪ର୍ଥ ହଷ୍ଟେଲରେ ଏମ୍ବିବିଏସ୍ ପଢ଼ୁଥିବା କିଛି ୨ୟ ବର୍ଷ ଛାତ୍ରଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯିବା ସହ ରାଗିଂ କରାଯାଉଥିବା ନେଇ ଏନ୍ଏମ୍ସିର ଆଣ୍ଟି ରାଗିଂ ସେଲରେ ଅଭିଯୋଗ ହୋଇଥିଲା। ଏହି ଅଭିଯୋଗକୁ ଭିତ୍ତି କରି ମେଡିକାଲ କଲେଜ ଓ ପୁଲିସ ପକ୍ଷରୁ ମିଳିତ ତଦନ୍ତ କରାଯାଇଥିଲା। ଏହି ବୈଠକରେ ଦ୍ୱିତୀୟ ବର୍ଷର କୌଣସି ଛାତ୍ର ମୁହଁ ଖୋଲି ନଥିଲେ। କିନ୍ତୁ ପରେ ଜଣେ ଦ୍ୱିତୀୟ ବର୍ଷର ଛାତ୍ର ଲିଖିତ ଭାବେ ୫ ଜଣ ସିନିୟର ଛାତ୍ରଙ୍କ ନାଁରେ ମେଡିକାଲ କଲେଜ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ।
ଲିଖିତ ଅଭିଯୋଗ ପାଇବା ପରେ ମେଡିକାଲ କଲେଜର ଆଣ୍ଟି ରାଗିଂ ସେଲ୍ର ବୈଠକ ଡକାଯାଇ ସେହି ୫ ଜଣ ସିନିୟର ଛାତ୍ରଙ୍କୁ କଲେଜ। କିନ୍ତୁ ସେମାନେ ବାରମ୍ବାର ଏଭଳି ଘଟଣାରେ ସଂପୃକ୍ତ ଥିବାରୁ ଦୃଷ୍ଟାନ୍ତମୂଳକ ପଦକ୍ଷେପ ସ୍ୱରୂପ ପୁଣି ଥରେ ସେଲ୍ ପକ୍ଷରୁ ବୈଠକ ଡକାଯାଇ ସେମାନଙ୍କୁ ସବୁ ଦିନ ପାଇଁ ହଷ୍ଟେଲ ମନା କରାଯାଇଛି।