Onn 3

ପୁଣି ଅନିର୍ଦ୍ଧିଷ୍ଟ କାଳ ପାଇଁ ଧାରଣାରେ ବସିଲେ ବିଧାୟକ, ଖଣି ସମ୍ମୁଖରେ ୫ ହଜାର କର୍ମୀଙ୍କ ଆନ୍ଦୋଳନ ଜାରି

State

85242d8a-1d03-4bab-88de-4e207b957d78-750x430

କୋଇଡା: ସୁନ୍ଦରଗଡ଼ ଜିଲ୍ଲା କୋଇଡା ଖଣି ମଣ୍ଡଳ ଅନ୍ତର୍ଗତ ଓଏମସି କୁର୍ମିତର ଖଣି ସମ୍ମୁଖରେ ମଙ୍ଗଳବାର ଜୋରଦାର ଧାରଣା ଓ ପ୍ରଦର୍ଶନ ହୋଇଛି। ବଣାଇଁ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କ ନେତୃତ୍ଵରେ ସିଆଇଟିୟୁର ପାଞ୍ଚ ହଜାରରୁ ଉର୍ଦ୍ଧ୍ଵ କର୍ମୀ ଓ ଶ୍ରମିକମାନେ ମଙ୍ଗଳବାର ପୁଣି ଥରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଧାରଣାରେ ବସିଛନ୍ତି। ଏହା ଫଳରେ କୋଇଡାରେ ଖଣି ଖନନ କାର୍ଯ୍ୟ ଠାରୁ ଆରମ୍ଭ କରି ପରିବହନ କାର୍ଯ୍ୟ ସଂପୂର୍ଣ୍ଣ ଭାବେ ଠପ୍ ହୋଇଯାଇଛି। ଦୀର୍ଘ ବର୍ଷ ଧରି ସ୍ଥାନୀୟ ନିଯୁକ୍ତି, ପରିବହନ ଓ ପାରିପାର୍ଶ୍ବିକ ବିକାଶ ନେଇ କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣା ଜାରି ରଖିଛନ୍ତି। ସୂଚନାଯୋଗ୍ୟ, ଗତବର୍ଷ ଠାରୁ ବହୁ ଦାବି ପୁରଣ ନ ହୋଇଥିବା ନେଇ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି।