Onn 3

ତୁଳସୀଚୌରା ପ୍ରିମିୟର ଲିଗ ପାଇଁ ଖେଳାଳି କ୍ରୟ ପ୍ରକ୍ରିୟା ଅନୁଷ୍ଠିତ

State

ବାରିପଦା: ସ୍ଥାନୀୟ ବାରିପଦା ଷ୍ଟାଡିୟମ ସମ୍ମିଳନୀ କକ୍ଷରେ ୯ମ ବାର୍ଷିକ ତୁଳସୀଚୌରା ପ୍ରିମିୟାର ଲିଗ ଲୋଚନା ଦାସ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉପଲକ୍ଷେ ଖେଳାଳୀ ନିଲାମୀ ପ୍ରକ୍ରିୟା ଅନୁଷ୍ଠିତ ହୋଇଯାଇଛି I ଜଗନ୍ନାଥ ୱାରିୟରର ମାଲିକ ସମ୍ବିତ ସାହା ପ୍ରୀତିଦେବ ଜେନାଙ୍କୁ ସର୍ବାଧିକ ୪୯୫୦ ଟଙ୍କାରେ କ୍ରୟ କରିଛନ୍ତି I ଥ୍ରୀଲରର ମାଲିକ ପରସୁନ ମହାପାତ୍ର ଅଭିନାଶ ସିଂହଙ୍କୁ, ବଡାମ ଫାଇଟରର ମାଲିକ ବିସ୍ମୟ ରଞ୍ଜନ ଖିଲାର ନିହାର ରଞ୍ଜନ ନାୟକଙ୍କୁ, ଭି ରୋର ର ମାଲିକ ସୌମ୍ୟ ରଞ୍ଜନ ମିଶ୍ର ମାନସ ସିଂଙ୍କୁ, ଏମ କେ ସି 11 ର ମାଲିକ ରାମେଶ୍ୱର ମାଝୀ ଉପେନ୍ଦ୍ର ନାୟକ ଙ୍କୁ, ଆଲୋକ ସ୍ପୋର୍ଟିଂ ର ମାଲିକ ଗଦାଧର ନାୟକ ଦେବଦତ୍ତ ସିଂହ ଙ୍କୁ, ଜୟ ମା’ ଦୁର୍ଗା ର ମାଲିକ ସ୍ମୃତି ରଞ୍ଜନ ମହାନ୍ତି ସଂଜୀବ ମହାପାତ୍ର ଙ୍କୁ ଓ ବ୍ଲାକ ପାନଥେର ର ମାଲିକ ଗୌରାଙ୍ଗ ଦେ ପ୍ରୀତମ ସାତୁଆ ଙ୍କୁ ଆଇକନ ଭାବେ କ୍ରୟ କରିଛନ୍ତି I

ଏହି ନିଲାମୀ ପ୍ରକ୍ରିୟାକୁ ରଘୁ ପତି, ବୈଦ୍ୟନାଥ ରଥ, ଗୌତମ ଦାସ ଓ ପଙ୍କଜ ମହାକୁଡ଼ ପରିଚାଳନା କରିଥିଲେ I ପ୍ରକାଶ ଥାଉକି ଏହି ଟୁର୍ଣ୍ଣାମେଣ୍ଟ ଚଳିତ ମାସ ୧୦ ତାରିଖ ଠାରୁ ତୁଳସୀଚୌରା ଦୁର୍ଗାପୂଜା ପଡିଆରେ ଆରମ୍ଭ ହେବ I ଚମ୍ପିୟାନ ଦଳକୁ ୮୦ ହଜାର ଓ ଟ୍ରଫି ଏବଂ ରନର୍ସ ଅପ ଦଳକୁ ୬୦ ହଜାର ଓ ଟ୍ରଫି ପ୍ରଦାନ କରାଯିବ ବୋଲି ଆୟୋଜକ ଙ୍କ ତରଫରୁ ପ୍ରକାଶ I