Onn 3

ବ୍ୟାପକ ଉତ୍ସାହ ଉଦ୍ଦିପନା ସହ ତୃତୀୟ ଶିଶୁକଳା ମହୋତ୍ସବ ଆରମ୍ଭ

State

ବାରିପଦା :  ମୟୂରଭଞ୍ଜ କଲଚୁରାଲ ଡେଭେଲପମେଣ୍ଟ ଫାଉଣ୍ଡେସନ ଦ୍ୱାର ଗତ ଦୁଇବର୍ଷ ଭଳି ଚଳିତ ବର୍ଷ ତୃତୀୟ ଶିଶୁକଳା ମହୋତ୍ସବ ସ୍ଥାନୀୟ ଶହୀଦ ଭବନଠାରେ ଅନୁଷ୍ଠିତ ହେଉଛି । ଉଦ୍‌ଘାଟନ ସମାରୋହରେ ମୁଖ୍ୟ ଅତିଥିଭାବେ ବାରିପଦା ପୌରପରିଷଦର ନଗରପାଳ କୃଷ୍ଣାନନ୍ଦ ମହାନ୍ତି ଓ ସମ୍ମାନିତ ଅତିଥିଭାବେ ଜିଲ୍ଳା ଶିଶୁ ସୁରକ୍ଷା ଅଧିକାରୀ ମମତାମୟୀ ବିଶ୍ୱାଳ ଯୋଗ ଦେଇ ଶିଶୁମାନଙ୍କର ଅନ୍ତର୍ନିହିତ କଳା ପ୍ରତିଭାକୁ ବିକଶିତ କରିବା ଉଦ୍ଦେଶ୍ୟରେ ଆୟୋଜିତ ଏହି ମହୋତ୍ସବରେ ଆୟୋଜିତ ସଂଗଠନର ଭୂୟସୀ ପ୍ରଂଶସା କରିଥିଲେ । ମୟୂରଭଞ୍ଜ ଜିଲ୍ଲା କଳା ସଂସ୍କୃତିର ପୀଠ ଭାବେ ଦେଶ ବିଦେଶରେ ଖ୍ୟାତିଲାଭ କରିଥିବା ବେଳେ ଏଠାକାର ଶିଶୁମାନଙ୍କର କଳା ପ୍ରତିଭାର ଉନ୍ମେଷ ଘଟାଇବାର ଆବଶ୍ୟକତା ରହିଛି ବୋଲି ମତପ୍ରକାଶ କରିଥିଲେ । ଉଦ୍‌ଘାଟନ ଉତ୍ସବରେ କେରିୟାର କାଉନସିଲର ବିଜୟ କେତନ ହୋତା ଯୋଗ ଦେଇଥିବା ବେଳେ ସଂଗଠନର ସମ୍ପାଦକ ଆଇନଜୀବି ବିଭୂ ପ୍ରସାଦ ଦାସ, ସହ-ସମ୍ପାଦକ ପଦ୍ମଲୋଚନ ଗିରି ଓ ଟିମ୍ ଲିଡର ଆଶିଷ ଚୌଧୁରୀ ଉପସ୍ଥିତ ଥିଲେ । ଆଜି ଦିନର ବିଭିନ୍ନ ପ୍ରତିଯୋଗୀତାରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରୁ ୬୮୬ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ । ନର୍ସରୀରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଗଣ ତିନି ଭାଗରେ ଏହି ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରିଥିଲେ ।

ଦିବା ୯୯ ଘଟିକା ଠାରୁ ୧୦ ଘଟିକା ପର୍ଯନ୍ତ ୫ମରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ଦୁଇ ଭାଗରେ ସମୁଦାୟ ୭୦ ଜଣ ଛାତ୍ରଛାତ୍ରୀ ସାଧାରଣଜ୍ଞାନ ବା କୁଇଜରେ ଭାଗ ନେଇଛନ୍ତି । ସେହିପରି ଦିବା ୧୦ ଘଟିକା ଠାରୁ ଦିବା ୧୧ ଘଟିକା ପର୍ଯ୍ୟନ୍ତ ଇଂରାଜୀ ଓ ଓଡ଼ିଆ ହସ୍ତାକ୍ଷର ପ୍ରତିଯୋଗୀତାରେ ନର୍ସରୀ ରୁ ୧୦ ଶ୍ରେଣୀ ପର୍ଯ୍ରନ୍ତ ତିନି ଭାଗରେ ୧୬୩ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଛନ୍ତି । ଏହା ପରେ ଅପରାହ୍ନ ଦିବା ୩ ଘଟିକା ଠାରୁ ୪ ଘଟିକା ପର୍ଯ୍ୟନ୍ତ ନର୍ସରୀରୁ ୧୦ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ୩ ଭାଗରେ ବିଭକ୍ତ କରାଯାଇ ଚିତ୍ରାଙ୍କନ ପ୍ରତିଯୋଗୀତାରେ ୪୦୭ ଜଣ ପ୍ରତିଯୋଗୀ ଭାଗ ନେଇଛନ୍ତି । ଏହାପରେ ଅପରାହ୍ନ ୪ ଘଟିକା ଠାରୁ ୫ ଘଟିକା ପର୍ଯ୍ୟନ୍ତ ନର୍ସରୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ତିନିଭାଗରେ ଛାତ୍ରଛାତ୍ରୀମାନେ ମୂର୍ତ୍ତିକଳାରେ ଅଂଶ ଗ୍ରହଣ କରିଛନ୍ତି । ଉକ୍ତ କାର୍ଯ୍ୟକ୍ରମକୁ ମୟୂରଭଞ୍ଜ କଲଚରାଲ ଡେଭେଲପମେଣ୍ଟ ଫାଉଣ୍ଡେସନ ତରଫରୁ ନିବେଦିତା ମହାନ୍ତ, ସୁଶ୍ରୀ ମହାନ୍ତି, ପ୍ରଣତି ପଟ୍ଟନାୟକ, ରଞ୍ଜନ ମହାନ୍ତି, ବିଶ୍ୱଜିତ ରାଉତ, ସଞ୍ଜୟ ଚୌଧୁରୀ, ସୁନୀତ ପୁରି, ତଥାଗତ ଉପାଧ୍ୟାୟ, ଡଃ ତରୁଣ ଓଝା ପ୍ରମୁଖ ପରିଚାଳନା କରିଥିଲେ ।