Onn 3

ବାରିପଦା ଠାରେ ଜିଲ୍ଲାପାଳଙ୍କ ଦ୍ୱାରା ମିଶନ ଶକ୍ତି ମା’ ମାନଙ୍କୁ ସ୍କୁଟର ପ୍ରଦାନ

State

ବାରିପଦା: ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନଫରେନ୍ସ ଜରିଆରେ ମିଶନ ଶକ୍ତି ସ୍କୁଟର ଯୋଜନା ର ଶୁଭାରମ୍ଭ କରିଛନ୍ତି | ଏହି ଅବସରରେ ଆଜି ମୟୁରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଓସ୍ୱାନ ହଲ ଠାରେ ଉକ୍ତ ରାଜ୍ୟ ସ୍ତରୀୟ ଉଦଘାଟନୀ ଉତ୍ସବ ରେ ଜିଲ୍ଲାପାଳ ଶ୍ରୀ ବିନୀତ ଭରଦ୍ୱାଜ, ଜିଲ୍ଲାପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଭାରତୀ ହାଁସଦା,ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଅକ୍ଷୟ ସୁନୀଲ ଅଗ୍ରୱାଲ, ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ରଜନୀକାନ୍ତ ସ୍ୱାଇଁ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଣୀ ଶ୍ରୀମତୀ ଅନ୍ନପୂର୍ଣ୍ଣା ସିଙ୍କୁ ଓ ବାରିପଦା ନଗରପାଳ ଶ୍ରୀ କୃଷ୍ଣାନନ୍ଦ ମହାନ୍ତି ପ୍ରମୁଖ ଙ୍କ ସମେତ ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀ ଓ ମିଶନ ଶକ୍ତି ସଦସ୍ୟା ମାନେ ଉପସ୍ଥିତ ଥିଲେ |

ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଦ୍ୱାରା ଯୋଜନା ର ଶୁଭଉଦଘାଟନ ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏକ କାର୍ଯ୍ୟକ୍ରମ ରେ ଜିଲ୍ଲାପାଳ ମିଶନ ଶକ୍ତି ର ସଦସ୍ୟା ମାନଙ୍କୁ ସମ୍ବନ୍ଧିତ କରି କହିଥିଲେ କି ଏହି ଯୋଜନା ଦ୍ୱାରା ମିଶନ ଶକ୍ତି ର ମା ମାନେ ଅଧିକରୁ ଅଧିକ ସଶକ୍ତ ହେବେ | ଗତିଶୀଳତା ହିଁ ସଶକ୍ତିକରଣ ପରିଭାଷା .ମିଶନ ଶକ୍ତି ର ମା ମାନେ ନିଜ ନିଜ କାର୍ଯ୍ୟକ୍ଷେତ୍ର ରେ ଯାତାୟାତ ପାଇଁ ସମ୍ମୁଖୀନ ହେଉଥିବା ସମସ୍ୟାକୁ ସମାଧାନ କରିବା ସହିତ ଧର୍ଯ୍ୟ ସମୟ ମଧ୍ୟରେ କାର୍ଯ୍ୟସମ୍ପାଦନ ପାଇଁ ଏହି ସ୍କୁଟର ଯୋଜନା ଖୁବ ସହାୟକ ହେବ ବୋଲି ପ୍ରକାଶ କରିଥିଲେ | ପ୍ରଥମ ପର୍ଯ୍ୟାୟ ରେ ଏହି ଯୋଜନା ଜିଲ୍ଲା ରେ 5000 ସ୍କୁଟର ପ୍ରଦାନ ପାଇଁ ଲକ୍ଷ ଧାର୍ଯ୍ୟ କରାଯାଇଛି | ମିଶନ ଶକ୍ତି ମା ମାନଙ୍କ ସହଯୋଗ ରେ ଏହାର ସଂଖ୍ୟା କୁ ଆହୁରି ବୃଦ୍ଧି କରାଯିବ | ଏହି ଅଭିନଵ ଯୋଜନା ଦ୍ୱାରା ମହିଳା ମାନଙ୍କ କାର୍ଯ୍ୟଦକ୍ଷତା ବୃଦ୍ଧି ପାଇବ ଏବଂ ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନ ସ୍ୱୟଂସହାୟକ ରୁ କ୍ଷୁଦ୍ର ଉଦ୍ୟୋଗୀ କୁ ରୂପାନ୍ତରିତ ବାସ୍ତବରେ ସାକାର ହେବ |ଆଜିର ଏହି କାର୍ଯ୍ୟକ୍ରମ ରେ ମୋଟ 51 ଜଣ ମହିଳାଙ୍କୁ ସ୍କୁଟର ପ୍ରଦାନ କରାଯାଇଥିବା ବେଳେ ଜିଲ୍ଲାପାଳ ଓ ଅନ୍ୟାନ୍ୟ ଅତିଥି ମାନେ ପତାକା ଦେଖାଇ ମିଶନ ଶକ୍ତି ମା ମାନଙ୍କ ଆଗାମୀ ମିଶନ ର ଶୁଭ ମନାସି ଥିଲେ |