Onn 3

ବାରିପଦା ଠାରେ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ଉତ୍ସାହ ଓ ମହକ ଅନୁଷ୍ଠିତ

State

ବାରିପଦା : ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ନିର୍ଦେଶ ଅନୁଯାୟୀ ଆଜି ବାରିପଦା ଠାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଏବଂ ଜିଲ୍ଲା ସମାଜ ମଙ୍ଗଳ ବିଭାଗ ଆନୁକୂଲ୍ୟରେ ବାରିପଦା ଷ୍ଟାଡିଅମ ଠାରେ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ଉତ୍ସାହ ଓ ମହକ ଅନୁଷ୍ଠିତ ହୋଇଯାଇଛି | ଜିଲ୍ଲା ର ଶିଶୁ ଯତ୍ନ ଅନୁଷ୍ଠାନ ମାନଙ୍କ ରେ ରହୁଥିବା ଅନ୍ତେବାସୀ ଛାତ୍ର ଛାତ୍ରୀ ମାନଙ୍କ ଅନ୍ତର୍ନିହିତ ପ୍ରତିଭା କୁ ପ୍ରସ୍ଫୁଟିତ କରିବା ଉଦେଶ୍ୟ ରେ ପ୍ରତିବର୍ଷ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥାଏ | ଏହି ଅବସରରେ ସେମାନଙ୍କ ମଧ୍ୟରେ ମହକ ଅଧୀନ ରେ ଚିତ୍ରାଙ୍କନ, ବକ୍ତୃତା, ନାଚ, କୁଇଜ ଏବଂ ତର୍କ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା | ଏଥିରେ କନିଷ୍ଠ ବର୍ଗ ରେ 10 ବର୍ଷ ବୟସ ରୁ 14 ବର୍ଷ ବୟସ ଏବଂ ବରିଷ୍ଠ ବର୍ଗ ରେ 15 ବର୍ଷ ବୟସ ରୁ 18 ବର୍ଷ ବୟସ ର ଶିଶୁ ମାନେ ଅଂଶ ଗ୍ରହଣ କରିଥିଲେ | ସେହିପରି ଉତ୍ସାହ ଅଧୀନ ରେ 12 ବର୍ଷ ବୟସ ରୁ 18 ବର୍ଷ ବୟସ ମଧ୍ୟ ଶିଶୁ ମାନଙ୍କ ମଧ୍ୟରେ ଦୌଡ଼, ଚେସ, କେରାମ, ହାଇଜମ୍ପ, ଲଙ୍ଗ ଜମ୍ପ ଏବଂ ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା |

ଏହି ଅବସରରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ ଶ୍ରୀମତୀ ମମତାମୟୀ ବିଶ୍ୱାଳ ଙ୍କ ତତ୍ୱାବଧାନ ରେ ଆୟୋଜିତ ଆଜିର କାର୍ଯ୍ୟକ୍ରମ ର ପ୍ରଥମ ଅଧିବେଶନ ଉଦଘାଟନୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଅକ୍ଷୟ ସୁନୀଲ ଅଗ୍ରୱାଲ, ସମ୍ମାନିତ ଅତିଥି ଭାବେ ସିଭଲ କୋୖର୍ଟ ରେଜିଷ୍ଟ୍ରର ଶ୍ରୀ ଆଶିଷ କୁମାର ପରିଛା, ମୟୁରଭଞ୍ଜ ଏଥେଲେଟିକ ଆସୋସିଏସନ ର ସମ୍ପାଦକ ଶ୍ରୀ ବିଜୟ କୁମାର ଦାସ ଓ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଶ୍ରୀମତୀ ଅନପୂର୍ଣ୍ଣା ସିଙ୍କୁ ଯୋଗଦେଇ ପିଲାମାନଙ୍କୁ ଉତ୍ସାହିତ କରିବା ଉଦେଶ୍ୟ ରେ ପ୍ରେରଣାଦାୟକ ବାର୍ତ୍ତା ଦେଇଥିଲେ |

ସେହିପରି କାର୍ଯ୍ୟକ୍ରମ ର ଦ୍ଵିତୀୟ ଅଧିବେଶନ ଉଦଯାପନୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶ୍ରୀ ଦୌଲତ ଚନ୍ଦ୍ରକାର, ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଅଭିମନ୍ୟୁ ବେହେରା,ସ୍ୱତନ୍ତ୍ର ଅତିଥି ଭାବେ ଓରମାସ ର ଡେପୁଟି ସିଇଓ ଶ୍ରୀ ବିମାନ ମଲ, ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ଅବନୀ ମୋହନ ମହାନ୍ତି ଓ ଶିଶୁ ମଙ୍ଗଳ କେନ୍ଦ୍ର ର ଅଧ୍ୟକ୍ଷ ଶ୍ରୀ ଜଗଦୀଶ ଚନ୍ଦ୍ର ଘଡେଇ ପ୍ରମୁଖ ଯୋଗ ଦେଇ କୃତୀ ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରିବା ସହିତ ଭବିଷ୍ୟତ ରେ ଆହୁରି ଉନ୍ନତି କରି ନିଜ ଭିତରେ ଥିବା ପ୍ରତିଭା କୁ ପୂର୍ଣ୍ଣ ବିକଶିତ କରିବା ପାଇଁ ଉତ୍ସାହ ପ୍ରଦାନ କରିଥିଲେ ଏବଂ ପ୍ରତିଯୋଗିତା ରେ ଅସଫଳ ହୋଇଥିବା ଛାତ୍ର ଛାତ୍ରୀଙ୍କୁ ସଫଳତା ପାଇଁ ଧର୍ଯ୍ୟ ର ସହିତ ଉଦ୍ୟମ ଜାରି ରଖିବାକୁ ପରାମର୍ଶ ଦେଇଥିଲେ |

ପ୍ରକାଶ ଥାଉକି ଜିଲ୍ଲା ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଥିବା କୃତୀ ପ୍ରତିଯୋଗୀ ମାନେ ରାଜ୍ୟ ସ୍ତରୀୟ ଶିଶୁ ମହତ୍ସବ ଉତ୍ସାହ ଓ ମହକ ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିବେ | ଆଜିର ଏହି କାର୍ଯ୍ୟକ୍ରମ ରେ ଜିଲ୍ଲାର ସମସ୍ତ ଶିଶୁ ଯତ୍ନ ଅନୁଷ୍ଠାନ ର ଅନ୍ତେବାସୀ ମାନେ ଅଂଶ ଗ୍ରହଣ କରିଥିଲେ | ପରିଶେଷରେ ଶିଶୁ ସୁରକ୍ଷା ୟୁନିଟ ର ଅନୁଷ୍ଠାନିକ ସେବା ଅଧିକାରୀ ଶ୍ରୀ ମଧୁସୂଦନ ରଥ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟ ର କର୍ମଚାରୀ ବୃନ୍ଦ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ |