ଭୁବନେଶ୍ୱର,୫।୨: ଫେବ୍ରୁଆରି ୧୦ରୁ ହେବ ବଡ଼ ଧରଣର ଧରପଗଡ଼। ଏନେଇ କମିଶନରେଟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା ଅନୁଯାୟୀ, ଗାଡ଼ି କାଚରେ କଳାଜରି, ଉଚ୍ଚ ଶବ୍ଦରେ ହର୍ଣ୍ଣ ଥିଲେ କଡ଼ା ଆକ୍ସନ ନିଆଯିବ।
ସେହିପରି କଟକ ଓ ଭୁବନେଶ୍ବରରେ ବ୍ୟାପକ ଚଢ଼ାଉ ହେବ। ୧୦ ପୂର୍ବରୁ ଏଥିରୁ ନିବୃତ୍ତ ରହିବାକୁ ପୋଲିସ ପରାମର୍ଶ ଦେଇଛି। ସେହପରି ଆଗ ଓ ପଛକାଚ ଦେଇ ଅତି କମରେ ୭୦% ଦେଖାଯିବା ଜରୁରୀ। ବାମ ଓ ଡାହାଣ ପାଶର୍ବ କାଚ ଦେଇ ଅତି କମରେ ୫୦% ଦେଖାଯିବା ଜରୁରୀ ବୋଲି ସୂଚନା ମିଳିଛି।