Img 20240911 Wa0199

ସନ୍ଥ ବିନୋବା ଭାବେଙ୍କ ୧୩୦ ତମ ଜନ୍ମ ଜୟନ୍ତୀ ପାଳିତ

State

ଯୁବପିଢ଼ି ବିନୋବାଙ୍କ ଆଦର୍ଶରେ ଅନୁପ୍ରାଣିତ ହେଲେ ସୁସ୍ଥ ସମାଜ ଗଠନ ସମ୍ଭବ

ବାରିପଦା : ଭୂଦାନ ଆନ୍ଦୋଳନର ପୁରୋଧା ସନ୍ଥ ବିନୋବା ଭବେଙ୍କ ୧୩୦ ତମ ଜନ୍ମ ଜୟନ୍ତୀ ଉତ୍କଳ ସର୍ବୋଦୟ ମଣ୍ଡଳ ମୟୁରଭଞ୍ଜ ଜିଲ୍ଲା ଶାଖା ତରଫରୁ ଭଂଜପୁର ସ୍ଥିତସର୍ବୋଦୟ ଆଶ୍ରମ ଠାରେ ପାଳିତ ହୋଇଯାଇଛି | ଏହି ଅବସର ରେ ଗାନ୍ଧିବାଦୀ ଶରତ ଚନ୍ଦ୍ର ନାୟକ, ବିରଜା ଦେବି, ସାମ୍ବାଦିକ ସୟେଦ ସିରାଜୁଦ୍ଦିନ, ଦୀପକ କୁମାର ନାୟକ, ଦିଲ୍ଲୀପ କୁମାର ପାତ୍ର, ଲଳିତ କୁମାର ବାରିକ, ଆଇନଜୀବୀ ପ୍ରଦୀପ କୁମାର ପଲେଇ, ସୁସ୍ମିତା ପ୍ରିୟଦର୍ଶିନୀ ମହାନ୍ତି, ଶୌର୍ଯ୍ୟ ସୋମଦର୍ଶି ମହାନ୍ତି, ଦେବ ରଂଜନ ପରିଡା, ଇଛାମତି ପାତ୍ର, ଅଙ୍କିତା ଦାସ, ରାକ୍ଷୀ ପ୍ରିୟା ମାରାଣ୍ଡି, ଦିବ୍ୟଶ୍ରୀ ସିଂ, ରୀତିଶା ନାୟକ, ଶୈଳଜା ପଣ୍ଡା, ଦିବ୍ୟାନସି, ଅବିନାଶ ମହାକୁଡ଼, ବୈଭବ ଲେଙ୍କା ପ୍ରମୁଖ ଯୋଗଦେଇ ସନ୍ଥ ବିନୋବା ଗାନ୍ଧିଜୀଙ୍କର ବାସ୍ତବ ଉତ୍ତରଧିକାରୀ ଥିଲେ | ଭୂଦାନ ଗ୍ରାମଦାନ ଆନ୍ଦୋଳନ ମାଧ୍ୟମରେ ଗ୍ରାମ ସ୍ବରାଜ୍ଯ ପ୍ରତିଷ୍ଠା କରିବା, ନିଶା ମୁକ୍ତ ସମାଜ ଗଠନ କରିବା ତାଙ୍କର ମୂଳ ଲକ୍ଷ ଥିଲା | ଆଜିର କଳୁଷିତ ସମୟରେ ଯୁବ ପିଢ଼ି ତାଙ୍କର ଆଦର୍ଶରେ ଅନୁପ୍ରାଣିତ ହେଲେ ଏକ ସୁସ୍ଥ ସମାଜ ଗଠନ ସମ୍ଭବ ହୋଇ ପାରିବ ବୋଲି କହିଥିଲେ | ଅତିଥି ମାନେ ସନ୍ଥ ବିନୋବାଙ୍କ ଫୋଟ ଚିତ୍ରରେ ସୁତାମାଳା ଅର୍ପଣ କଲା ପରେ ସର୍ବଧର୍ମ ପ୍ରାର୍ଥନା କରାଯାଇଥିଲା |