Img 20240911 Wa0220

ସେବକଶ୍ରୀ ବଲ୍ଲଭ ବାବୁଙ୍କ ୪ର୍ଥ ଶ୍ରାଦ୍ଧ ବାର୍ଷିକ ପାଳିତ

State

ବାରିପଦା: ନାରାୟଣ ସେବା ଟ୍ରଷ୍ଟ ତରଫରୁ ସ୍ବର୍ଗତ ସେବକଶ୍ରୀ ବଲ୍ଲଭ ଚରଣ ସାହୁଙ୍କ ୪ର୍ଥ ବାର୍ଷିକ ରଘୁନାଥପୁର ରୋଜ ଭିନ୍ନକ୍ଷମ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି I ମାନବ ସେବା ହିଁ ମାଧବ ସେବା ଥିଲା ତାଙ୍କ ଜୀବନର ବ୍ରତ I ଜୀବନର ଶେଷ ପର୍ଯ୍ୟନ୍ତ ଗରିବ ଲୋକ ଓ ଅସହାୟ ରୋଗୀଙ୍କୁ ପାରୁପର୍ଯ୍ୟନ୍ତ ସାହାଯ୍ୟ କରି ଚାଲିଥିଲେ । ତାଙ୍କର ଆବର୍ତ୍ତମାନରେ ସେହି ଚିର ବନ୍ଦନୀୟଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ତାଙ୍କର ସ୍ମୃତି ଚାରଣ କରାଯାଇଥିଲା। ‘ପ୍ରତିଶ୍ରୁତି’ ର ସମ୍ପାଦକ ଭାଗବତ ପଣ୍ଡା ଯୋଗ ଦେଇ ବଲ୍ଲଭ ବାବୁଙ୍କୁ ଗରିବଙ୍କ ପାଇଁ ଦେବଦୁତ ହୋଇ ଆସିଥିଲେ ବୋଲି ପ୍ରକାଶ କରିଥିଲେ I ବଳାଙ୍ଗୀ ମହୋତ୍ସବର ମୁଖ୍ୟପୁରୋଧା ଶରତ ଚନ୍ଦ୍ର ନାୟକ ସ୍ୱର୍ଗତ ବଲ୍ଲଭ ସାହୁଙ୍କର ଜୀବନୀ ଉପରେ ଆଲୋକପାତ କରି ଏକ ଭାବଗର୍ଭକ ପରିବେଶ ସୃଷ୍ଟି କରିଥିଲେ। ବରିଷ୍ଠ ଶିକ୍ଷକ ତଥା ସମାଜସେବୀ ସୋମନାଥ ସିଂହ ସେବା କ୍ଷେତ୍ରରେ ବଲ୍ଲଭ ବାବୁ ଯୁବପୀଢ଼ି ପାଇଁ ସବୁଦିନ ପାଇଁ ଉଦାହରଣ ହୋଇ ରହିବେ ବୋଲି ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ‌। ଅନୁଷ୍ଠାନର ସଭାପତି ବସନ୍ତ କୁମାର ମହାପାତ୍ର, ନିର୍ମଳ କୁମାର ଗିରି, ଆଇନଜୀବୀ ଭାସ୍ୱତୀ ପଣ୍ଡା ତଥା ଆଲୋକ ବାରିକ, ଲିଙ୍ଗରାଜ ମହାନ୍ତି, ଇନ୍ଦ୍ରଜିତ ମହାନ୍ତ, ଅରବିନ୍ଦ ମୁଖି, ଜୟ ପ୍ରକାଶ ମହାନ୍ତ, ରାଜାରାମ ମାରାଣ୍ଡି, ରୁମା ବାରିକ, ମାନସ ବାଗ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ l ଅନୁଷ୍ଠାନର ମୁଖ୍ୟ ଡଃ ନୀରୋଜ ପୋଥାଳ ସବୁ ବର୍ଷ ପରି ଏବର୍ଷ ମଧ୍ୟ ସୁଚାରୁରୂପେ କାର୍ଯ୍ୟକ୍ରମର ପରିଚାଳନା କରି ବହୁମୁଖୀ ପ୍ରତିଭାର ପରିଚୟ ଦେଇଛନ୍ତି । ସ୍ୱର୍ଗତ ସାହୁଙ୍କର ତିନି ସୁପୁତ୍ର ସୁନୀଲ କୁମାର ସାହୁ, ସୁଜିତ କୁମାର ସାହୁ ଏବଂ ରଞ୍ଜିତ କୁମାର ସାହୁ ଉପସ୍ଥିତ ରହି ବାପା ଙ୍କ ସମସ୍ତ କାମ କୁ ସମ୍ପୂର୍ଣ୍ଣ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ଅଛନ୍ତି ବୋଲି ତାଙ୍କ ବକ୍ତବ୍ୟରେ ରଖିଥିଲେ । ସମ୍ପାଦିକା ଏବଂ ସମାଜସେବୀ ସୁଚରିତା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ I ପରିଶେଷରେ ସମସ୍ତ ପିଲାମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା।