Onn 3

ତ୍ରିଦିବସୀୟ ବିଶ୍ୱବିଦ୍ୟାଳୟ ସ୍ତରୀୟ ଜନଜାତୀୟ ଶିବିର ଉଦଯାପିତ ଓ ଏନ୍. ଏସ୍. ଏସ୍ ଦିବସ ପାଳିତ

State

ବାରିପଦା: ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ପରିସରରେ ଜାତୀୟ ସେବା ଯୋଜନା ବ୍ୟୁରୋ ଦ୍ଵାରା ଆୟୋଜିତ ଏବଂ ଓଡିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ଦ୍ଵାରା ପ୍ରାୟୋଜିତ ତିନିଦିନିଆ ଏନ୍. ଏସ୍. ଏସ୍ ଜନଜାତୀୟ ସ୍ଵେଚ୍ଛାସେବୀଙ୍କ ସଶକ୍ତିକରଣ ଶିବିର ଉଦଯାପିତ ଓ ଏନ୍. ଏସ୍. ଏସ୍ ଦିବସ ପାଳନ ହୋଇଯାଇଛି । ଏହି ଉତ୍ସବ ରେ ସ୍ନାତ୍ତକୋତର ପରିଷଦର ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି ।ଏହି ଉଦଯାପନୀ ସଭାରେ ମୁଖ୍ୟ ଅତିଥି ଭାବେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଯୋଗଦେଇ ନିଷ୍ଠା ଓ ନିସ୍ୱାର୍ଥପର ଭାବେ ସମାଜ କଲ୍ୟାଣରେ ନିଜକୁ ସାମିଲ କରିବାର ଆବଶ୍ୟକତା ଅଛି ବୋଲି ସ୍ଵେଚ୍ଛାସେବୀଙ୍କର ମାର୍ଗଦର୍ଶନ କରିଥିଲେ। ସମ୍ମାନିତ ଅତିଥି ଭାବେ ବିଶ୍ୱବିଦ୍ୟାଳୟର ପୂର୍ବତନ ଏନ୍. ଏନ୍. ଏସ୍. କୋର୍ଡିନେଟର ଉଷା ଶତପଥୀ ଓ ଡ. ଶୁଭେନ୍ଦୁ କୁମାର ଦାଶ ଯୋଗ ଦେଇ ସ୍ବେଛାସେବୀ ମାନଙ୍କୁ ଜାତୀୟ ସେବା ଯୋଜନାର ଉଦ୍ଦେଶ୍ୟକୁ ସଫଳ କରିବା ପାଇଁ ସେମାନଙ୍କର ଭୂମିକା ବିଷୟରେ ନିଜ ନିଜର ଅନୁଭୂତି ମାଧ୍ୟମରେ ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜାତୀୟ ସେବା ଯୋଜନା ବ୍ୟୁରୋ ସଂଯୋଜକ ଡ. ବସନ୍ତ କୁମାର ମହାନ୍ତ ତ୍ରିଦିବସୀୟ ଶିବିରର ବିବରଣୀ ପଠନ କରିଥିଲେ । ଏହି ସଭାରେ ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ଦିଲ୍ଲୀପ କୁମାର ପ୍ରମାଣିକ ଅତିଥି ପରିଚୟ ପ୍ରଦାନ କରିଥିଲେ ଏବଂ ବିଶ୍ୱବିଦ୍ୟାଳୟର ଏନ୍ ଏସ୍ ଏସ୍ କାର୍ଯ୍ୟକ୍ରମ ଅଧିକାରୀ ଡ. ବିଷ୍ଣୁପ୍ରିୟା ହାଁସଦା ଅତିଥିଙ୍କୁ ମଞ୍ଚକୁ ସ୍ୱାଗତ୍ କରିଥିବାବେଳେ ବିଶ୍ୱବିଦ୍ୟାଳୟର ପୂର୍ବତନ କାର୍ଯ୍ୟକ୍ରମ ଅଧିକାରୀ ଡ. ଶୁଭେନ୍ଦୁ କୁମାର ଶତପଥୀ ଉତ୍ସବ ଶେଷରେ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ଏହି ତ୍ରିଦିବସୀୟ କାର୍ଯ୍ୟକ୍ରମରେ ଅନ୍ଧବିଶ୍ଵାସ, ସଡକ ସୁରକ୍ଷା, ବନ୍ୟା ସମ୍ପଦ ସୁରକ୍ଷା, ସ୍ମାରକୀ ସଂରକ୍ଷଣ, ଭାଷା ସଂସ୍କୃତି ସଂରକ୍ଷଣ, ଜନଜାତି ଶିକ୍ଷା ପାଇଁ ସରକାରୀ ଯୋଜନା, ଜନଜାତି ଅଧିକାର ବିଷୟ ଉପରେ ବିଭିନ୍ନ ଆଲୋଚନା ହୋଇଥିଲା ଏହି କାର୍ଯ୍ୟକ୍ରମରେ ସ୍ଵେଚ୍ଛାସେବୀ ମାନେ ପ୍ରଭାତ ପରିକ୍ରମାରେ ନିକଟସ୍ଥ ଗାଁ କୁ ଯାଇ ଘର ଘର ବୁଲି ସଚେତନତା ବାର୍ତ୍ତା ଦେଇଥିଲେ । ଏଥି ସହ ଚଳିତ ବର୍ଷ ରାଜ୍ୟ ଏନ୍ ଏସ୍ ଏସ୍ ପୁରସ୍କାର ପାଇବାକୁ ଯାଉଥିବା ସ୍ଵେଚ୍ଛାସେବୀ ଆଦର୍ଶ କୁମାର ରାଉତଙ୍କୁ ଉକ୍ତ ସଭାରେ ଅତିଥିମାନେ ସମ୍ମାନିତ କରିଥିଲେ ଏବଂ ବିଭିନ୍ନ ପ୍ରକାର ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା କୃତି ମାନଙ୍କୁ କୁଳପତି ଓ ମଞ୍ଚାସୀନ ଅତିଥିମାନେ ପୁରସ୍କୃତ କରିଥିଲେ ପରିଶେଷରେ ବିଭିନ୍ନ ମହାବିଦ୍ୟାଳୟରୁ ଭାଗନେଇଥିବା ସ୍ଵେଚ୍ଛାସେବୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବିତ୍ତାଧିକାରୀ ଶୁକଦେବ ତରାଇ, ପ୍ରାଧ୍ୟାପିକା ପୁଷ୍ପାଞ୍ଜଳୀ ପରିଡା, ପ୍ରାଧ୍ୟାପକ ଭୁବନେଶ୍ବର ଶବର, ସୀତାରାମ ଦାସ ଉପସ୍ଥିତ ଥିଲେ । ତୃପ୍ତି ପାତ୍ର, ରିକା ପଣ୍ଡା କାର୍ଯ୍ୟକ୍ରମ ଅଧିକାରୀ ମାନଙ୍କ ମଧ୍ୟରେ ସୁନୀଲ ସାହୁ, ହରମୋହନ ମହାନ୍ତ, ମିତା ପାତ୍ର, ଆରତି ହୋ, ସୌଦାମିନି ସିଂ, ମଥୁରା ଆଲଦା ପ୍ରମୁଖ ସହଯୋଗ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।