Onn 3

ବଳାଙ୍ଗୀ ମୋହତ୍ସବ କମିଟି ପକ୍ଷରୁ ନୂଆ ଖାଇ ଭେଟଘାଟ

State

ବାରିପଦା : ଆଜି ବାରିପଦା ରୋଟାରୀ କ୍ଳବ ଠାରେ ରାଜ୍ୟ ସ୍ତରୀୟ ବଳାଙ୍ଗୀ ମୋହତ୍ସବ କମିଟି ପକ୍ଷରୁ ନୂଆ ଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି | ବଳାଙ୍ଗୀ ମୋହତ୍ସବ କମିଟିର ପ୍ରତିଷ୍ଠାତା ସମ୍ପାଦକ ଶରତ ଚନ୍ଦ୍ର ନାୟକ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବରିଷ୍ଠ ସାମ୍ବାଦିକ ଡ଼ ବିଜୟ କୁମାର ଅଗ୍ରୱାଲା, ସମ୍ମାନିତ ଅତିଥି ଭାବରେ ଡା କୈଳାସ ଚନ୍ଦ୍ର ମହାନ୍ତି, ସମାଜସେବୀ କମଳେନ୍ଦୁ ଲାଲ ମହାନ୍ତ, ଇଂ ମନୋଜ କୁମାର ଦଳବେହେରା, ସମାଜସେବୀ ରାକେଶ ସିଂ, ଯୋଗେଶ ଅଗ୍ରୱାଲ, ମହୋତ୍ସବ କମିଟିର ଅଧ୍ୟକ୍ଷ୍ୟ ଅରବିନ୍ଦ ଦାସ, ଉପାଧ୍ୟକ୍ଷ୍ୟ ରାଜୀବ କୁମାର ସେନାପତି ପ୍ରମୁଖ ଯୋଗଦେଇ ଆଞ୍ଚଳିକ କଳା ସଂସ୍କୃତି ଗୁଡିକ ମଧ୍ୟରେ ସମନ୍ୱୟ ସ୍ଥାପନ ହେଲେ ଲୋକ ସଂସ୍କୃତିର ବିକାଶ ହେବା ସହ ଭାଇଚାରା ର ପରମ୍ପରା ସୁଦୃଢ଼ ହୋଇ ପାରିବ ବୋଲି କହିଥିଲେ |

ଏହିଅବସର ରେ ଭାଷା ସାହିତ୍ୟ କଳା ସଂସ୍କୃତି କ୍ଷେତ୍ର ରେ ଉଲ୍ଲେଖନୀୟ ଅବଦାନ ଥିବା ନାଟ୍ୟକାର କ୍ଷୀରୋଦ ବିହାରୀ ସିଟ, ଡ଼  କୁମାର ବାବୁଲି, ଡ଼ ରମାକାନ୍ତ ମହାନ୍ତ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା | କୃତି ଶିକ୍ଷକ ଡ଼  ଶଶୀଧର ବିଶ୍ୱାଳ ମଞ୍ଚ ପରିଚାଳନା କରିଥିବା ବେଳେ, ଅନ୍ୟମାନଙ୍କ ମଧ୍ୟରେ ପଣ୍ଡିତ ଭାଗବତ ପଣ୍ଡା, ଇଂ  ଶିରୀଶ ଚନ୍ଦ୍ର ହେମ୍ବ୍ରମ, କୁମାରେଶ ନାୟକ, ପଦ୍ମନାଭ ମହାପାତ୍ର, ଗୋପାଳ ସାଓ, ଦୀପକ କୁମାର ନାୟକ ପ୍ରମୁଖ ନିଜନିଜର ବକ୍ତବ୍ୟ ରଖିଥିଲେ | ବଳାଙ୍ଗୀ ସେନାର ସଦସ୍ୟ ମିଥୁନ ବାରିକ, ଦିଲ୍ଲୀପ କୁମାର ପାତ୍ର, ବିଭୁ ପ୍ରସାଦ ବେହେରା, ବିଜୟ ଜିତ, ସଞ୍ଜୟ କୁମାର ନାଏକ, ସନତ ବାରିକ, ପିତାମ୍ବର ମଲ୍ଲିକ, ସନାତନ ସିଂ, କୁନୁ ସିଂ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ | ଶେଷରେ ଜେ କେ ଡ୍ୟାନ୍ସ ଗ୍ରୁପ ର କଳାକାର ଏବଂ ଏମ ସାଇ ଜ୍ୟୋତି ଏବଂ ଏମ ସାଇ ପ୍ରୀତି ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ |