Onn 3

ଜିଲା ମତ୍ସ୍ୟ ଓ ଶିଳ୍ପ ବିଭାଗର ନିର୍ଦ୍ଧେଶକ ଙ୍କ ଦୁଇ ଦିନିଆ ମୟୁରଭଞ୍ଜ ଜିଲା ଗସ୍ତ

State

ବାରିପଦା: ଜିଲା ମତ୍ସ୍ୟ ଓ ଶିଳ୍ପ ବିଭାଗର ନିର୍ଦ୍ଧେଶକ ମହମ୍ମଦ ସାକିମ ଆଲାମ ଦୁଇ ଦିନିଆ ମୟୁରଭଞ୍ଜ ଜିଲା ଗସ୍ତରେ ଆସି ଦୁଇ ବିଭାଗର କାର୍ଯ୍ୟକ୍ରମ ସବିଶେଷ ସମୀକ୍ଷା କରି ଫେରିଯାଇଛନ୍ତି । ଗସ୍ତର ପ୍ରଥମ ଦିନରେ ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲାପାଳ ଅଭିମନ୍ୟୁ ବେହେରା ଓ ମତ୍ସ୍ୟ ଉପ ନର୍ଦ୍ଧେଶକ ଦିପ୍ତି କୁମାର ମହାପାତ୍ର ଙ୍କ ଉପସ୍ଥିତିରେ ଦୁଇ ବିଭାଗର ଅଧିକାରୀ ମାନଙ୍କ ସହ ଜିଲାରେ କାର୍ଯ୍ୟକାରୀ ହେଉଥିବା ଯୋଜନା ସମ୍ବନ୍ଧରେ ପଙ୍ଖାନୁପଙ୍ଖ ଆଲୋଚନା କରିଥିଲେ । ଏଥି ସହିତ ଏହି ଦୁଇ ବିଭାଗର କାର୍ଯ୍ୟକାରୀ ହେଉଥିବା ସମସ୍ତ ଯୋଜନା କୁ ତ୍ୱରାନିତ କରି ଡିସେମ୍ବର ମାସ ସୁଦ୍ଧା ସମ୍ପୁନ୍ନ କରିବାକୁ ଅଧିକାରୀ ମାନଙ୍କୁ ନିର୍ଦ୍ଧେଶ ଦେଇଥିଲେ ।

ଏଥି ସହିତ ସରକାରଙ୍କ ଦ୍ୱାରା ପରିଚାଳିତ ସମସ୍ତ କାର୍ଯ୍ୟକ୍ରମକୁ ଲୋକାଭିମୁଖି କରି ୫ ଟି ଓ ମୋ ସରକାର ପରିସର ମଧ୍ୟରେ କରିବାକୁ ନିର୍ଦ୍ଧେଶ ଦେଇଥିଲେ । ପୁନଶ୍ଚ ବାରିପଦା ଏବଂ ରାଇରଙ୍ଗପୁର ଶିଳ୍ପ ସଂଘର ପ୍ରମୁଖ ଶିଳ୍ପ ଦ୍ୟୋଗୀମାନଙ୍କ ସହିତ ଆଲୋଚନାକରି ଶିଳ୍ପ ସମ୍ବନ୍ଧୀୟ ସମସ୍ୟା ଓ ତାହାର ନିରାକରଣ ପାଇଁ ଜିଲା ପ୍ରଶାସନ ଦୃଷ୍ଟି ଆକର୍ଷଣ କରିଥିଲେ । ଉକ୍ତ ବୈଠକରେ ଜିଲା ଶିଳ୍ପ କେନ୍ଦ୍ରର ର ସାଧାରଣ ପରିଚାଳକ , ଜିଲା ମତ୍ସ୍ୟ ଅଧିକାରୀ , ସମସ୍ତ ସହକାରୀ ମତ୍ସ୍ୟ ଅଧିକାରୀ ଓ ସମସ୍ତ ଶିଳ୍ପ ବିକାଶ ଅଧିକାରୀ ଯୋଗଦେଇଥିଲେ । ଏଥି ସହିତ ମୟୁରଭଞ୍ଜ ଜିଲାର ଛାଞ୍ଚ ଶିଳ୍ପାଞ୍ଚଳରେ ଅବସ୍ଥିତ ଶୁଭମ ସୁଜ , ସ୍ୱରୂପଭିଲାର ସୁମଙ୍ଗଳ ପ୍ଲାଷ୍ଟ , ଉଦଳା ନିକଟରେ ଥିବା ଖଳିପତ୍ର , ମହୁ ଏବଂ ପାମାରୋଜା ତେଲ ନିସ୍କାସନ ସ୍‌ୃତି କ୍ଲଷ୍ଟର , ସାନକେରକ ସ୍ଥିତ ମା କଟାସୁଣି ମହିଳା ଏସଏଚଜି ମାଛଚାଷ , କୁଲଡିହୀ ସ୍ଥିତ ତ୍ରିଲୋଚନ ବେହେରା ଙ୍କ ଫାର୍ମାପଣ୍ଡ, ଛେଳିଆସ୍ଥିତ ବବିତା ବେହେରା ଙ୍କ ଜୈବ ପୁଞି ପଦ୍ଧତିରେ ମାଛ ଚାଷ ଓ ଅସ୍ତିପୁରା ସ୍ଥିତ କୈଳାସ ହେଚେରୀ ପରିଦର୍ଶନ କରିଥିଲେ ।