Onn 3

ମୟୂରଭଞ୍ଜରେ ପାଳିତ ହେଲା ଜିଲ୍ଲା ସ୍ତରୀୟ ମହାତ୍ମା ଗାନ୍ଧୀ ଓ ଲାଲବାହାଦୁର ଶାସ୍ତ୍ରୀ ଜୟନ୍ତୀ

State

ବାରିପଦା: ଆଜି ମୟୁରଭଞ୍ଜ ଜିଲ୍ଲା ସଦରମହକୁମା ବାରିପଦା ଠାରେ ଜିଲ୍ଲା ପ୍ରଶାସନ ତତ୍ୱାବଧାନ ରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଓ ବାରିପଦା ପୌରପାଳିକା ଙ୍କ ମିଳିତ ଆନୁକୂଲ୍ୟରେ ସତ୍ୟ ଓ ଅହିଂସା ର ପୂଜାରୀ ମହାତ୍ମା ଗାନ୍ଧୀଙ୍କର ଜିଲ୍ଲା ସ୍ତରୀୟ ୧୫୪ ତମ ଜନ୍ମ ଜୟନ୍ତୀ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ୍ ବାହାଦୂର ଶାସ୍ତ୍ରୀଙ୍କ ୧୧୯ ତମ ଜନ୍ମ ଜୟନ୍ତୀ ଅତ୍ୟନ୍ତ ଆନନ୍ଦ ଏବଂ ଉଲ୍ଲାସ ମଧ୍ୟରେ ପାଳିତ ହୋଇଛି।

ଏହି ଦିବସ ବ୍ୟାପି କାର୍ଯ୍ୟକ୍ରମର ପ୍ରାରମ୍ଭରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦ୍ୱାରା ପ୍ରତ୍ୟୁଷ ରେ ଡାକବାଜି ଯନ୍ତ୍ର ଯୋଗେ ସହରରେ ରାମଧୁନ ପରିବେଷଣ ହେବାପରେ ସକାଳ 7 ଘଟିକା ସମୟ ରେ ବିଭିନ୍ନ ଶିକ୍ଷାନୁଷ୍ଠାନ ର ଛାତ୍ରଛାତ୍ରୀମାନେ ଗାନ୍ଧିଜୀ ଙ୍କ ବାଣୀ ସମ୍ବଳିତ ହିତୋପଦେଶର ପ୍ଲାକାର୍ଡ ଧରି ଏକ ସଚେତନତା ଶୋଭାଯାତ୍ରାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବାହାରି ସହର ପରିକ୍ରମା କରି ବାରିପଦା ସ୍ଥିତ ଗାନ୍ଧୀ ପାର୍କ ଠାରେ ଏକତ୍ରିତ ହୋଇଥିଲେ । ଏହାପରେ ଗାନ୍ଧିଜୀ ପାର୍କ ଠାରେ ଜିଲ୍ଲାପାଳ ଶ୍ରୀ ଭିନିତ ଭରଦ୍ୱାଜ ଙ୍କ ଅଧ୍ୟକ୍ଷତା ରେ ଏକ ସାମୁହିକ ମାଲ୍ୟାର୍ପଣ କାଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ଉକ୍ତ ମାଲ୍ୟାର୍ପଣ କାଯ୍ୟକ୍ରମ ରେ ଜିଲ୍ଲାପାଳ ଙ୍କ ସମେତ ଜିଲ୍ଲାପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଭାରତୀ ହାଁସଦା,ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଅକ୍ଷୟ ସୁନୀଲ ଅଗ୍ରୱାଲ ବାରିପଦା ପୌରପାଳିକା ନଗରପାଳ ଶ୍ରୀ କୃଷ୍ଣାନନ୍ଦ ମହାନ୍ତି, ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଡ଼ଃ ଦେବାଶିଷ ମାର୍ଣ୍ଡି, ପୌରପରିଷଦ ନିର୍ବାହୀ ଅଧିକାରୀ ଶ୍ରୀ ବସନ୍ତ କୁମାର ସେଠୀ, ଜିଲ୍ଲା ଶିକ୍ଷlଧିକାରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ସେଠୀ, ଜିଲ୍ଲା କ୍ରୀଡ଼ା ଅଧିକାରୀ ଅବନୀ ମୋହନ ମହାନ୍ତି, ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ଅନନ୍ତ ସେଠୀ ପ୍ରମୁଖଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ, ସହର ର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଓ ଛାତ୍ର ଛାତ୍ରୀ ମାନେ ମହାତ୍ମା ଗାନ୍ଧି ଓ ଲାଲ ବହାଦୁର ଶାସ୍ତ୍ରୀ ଙ୍କ ପ୍ରତିମୂର୍ତ୍ତି ରେ ଭକ୍ତିପୂତ ଶ୍ରଦ୍ଧା ସୁମନ ଅର୍ପଣ ପୂର୍ବକ ମାଲ୍ୟାର୍ପଣ କରିଥିଲେ |ଏହାପରେ ଏହି ପାର୍କ ସ୍ଥିତ ପ୍ରାର୍ଥନା ଗୃହରେ ସର୍ବଧର୍ମ ପ୍ରାର୍ଥନା ଆୟୋଜନ କରାଯାଇଥିଲା। ଏଥିରେ
ଅବସର ପ୍ରାପ୍ତ ଶିକ୍ଷକ ତଥା ପଣ୍ଡିତ ଡଃ ଭାଗବତ ପ୍ରସାଦ ପଣ୍ଡା ଭଗବଦ ଗୀତା ର ନୀତିବାଣୀ ପାଠ କରିଥିବା ବେଳେ ରେଭ୍ ସ୍ନେହବାନ୍ ଲିମ୍ବା ବାଇବେଲ ର କିଛି ଉଦ୍ଧୃତଅଂଶ ପାଠ ସହିତ ମନୁଷ୍ୟ ଜୀବନ ରେ ବାଇବେଲ ରେ ଉଲ୍ଲେଖ ଥିବା ମାନବ ଧର୍ମ ଉପରେ ଆଲୋକପାତ କରିଥିଲେ। ଏଥି ସହିତ ସର୍ଦ୍ଦାର ହରିଚରଣ ସିଂହ ଗୁରୁ ଗ୍ରନ୍ଥ ସାହେବ୍ ବାଣୀ ପଢିଥିବା ବେଳେ ମୌଲାନା ଜାଫର ଅଲ୍ଲୀ କୋରାନର କୀୟଦଂଶ ପାଠ କରି ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରି ଦେଇଥିଲେ।

ଏହାପରେ ଏହି ପବିତ୍ର ଦିବସ ଉପଲକ୍ଷେ ଅନୁଷ୍ଠିତ ହୋଇଥିବା ବକ୍ତୃତା ପ୍ରତିଯୋଗିତାରେ ଶ୍ରେଷ୍ଠ ବିବେଚିତ ହୋଇଥିବା ଛାତ୍ର ଛାତ୍ରୀ ଙ୍କୁ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ମାନେ ପୁରସ୍କାର ଓ ମାନପତ୍ର ପ୍ରଦାନ କରି ପୁରସ୍କୃତ କରିଥିଲେ |ଏହି ଏକ ଦିବସୀୟ କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଏବଂ ଲୋକସମ୍ପର୍କ ଅଧିକାରୀ ଶ୍ରୀ ବିକାଶ ରଞ୍ଜନ ମହାନ୍ତି ପରିଚାଳନା କରିଥିବା ବେଳେ ଜିଲ୍ଲା ଅଗ୍ନିଶମ ବିଭାଗ, ଜିଲ୍ଲା ସ୍ଵାସ୍ଥ୍ୟ ବିଭାଗ ଓ ଜିଲ୍ଲା ପୋଲିସ ପ୍ରଶାସନ ସଫଳ ରୂପାୟନ ପାଇଁ ସହଯୋଗ କରିଥିଲେ | ପରିଶେଷ ରେ ଉଦଳା ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଅବିନାଶ ପାଣି ଧନ୍ୟବାଦ ଅର୍ପଣ କରିଥିଲେ | ପ୍ରକାଶ ଥାଉକି ଏହି ପବିତ୍ର ଦିବସ ଅବସରରେ ଆଜି ସନ୍ଧ୍ୟା ରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷ ଠାରେ ଗାନ୍ଧୀ ବିଚାର ଓ ଦର୍ଶନ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହେବ |