୧୧ ତାରିଖ (ଶନିବାର) ଅପେକ୍ଷା ଗତକାଲି ଦୀପାବଳିରେ ରାଜ୍ୟର ବିଭିନ୍ନ ସହରରେ ପ୍ରଦୂଷଣ ମାତ୍ରା ବଢ଼ିଥିଲା। ୧୧ ତାରିଖରେ ବାଲେଶ୍ଵରରେ ହାରାହାରି ପ୍ରଦୂଷଣ ୧୨୩ ଥିଲା ବେଳେ ୧୨ ତାରିଖ ଦିନ ୧୯୩.୭୯ ରହିଥିଲା । ସେହିପରି ଅନୁଗୋଳରେ ପ୍ରଦୂଷଣ ୧୧ ତାରିଖରେ ୧୩୦ ଥିବା ବେଳେ ୧୨ ତାରିଖରେ ୧୯୪ ରହିଥିଲା। ତାଳଚେରରେ ପ୍ରଦୂଷଣ ମାତ୍ରା ୧୧ ତାରିଖରେ ୧୧୭ ରହିଥିବା ବେଳେ ଗତକାଲି ଦୀପାବଳିରେ ଏହା ୨୧୪.୯୫କୁ ବୃଦ୍ଧି ପାଇଥିଲା।
ଭୁବନେଶ୍ୱରର ଲିଙ୍ଗରାଜ ଅଞ୍ଚଳରେ ୧୧ ତାରିଖରେ ପ୍ରଦୂଷଣ ମାତ୍ରା ୧୩୦.୫୧ ଥିବା ବେଳେ ଦୀପାବଳି ଦିନ ଏହା ୨୪୩.୨୩ ରହିଥିଲା। ପଟିଆ ଅଞ୍ଚଳରେ ପ୍ରଦୂଷଣ ମାତ୍ରା ୧୦୬ରୁ ବଢ଼ି ୨୧୧ ହୋଇଥିଲା।