Sf

ସମାଜସେବୀଙ୍କ ପରଲୋକ

State

ଆଗରପଡ଼ା :ବନ୍ତ ବ୍ଲକ କେନ୍ଦୁଆପଦା ପଂଚାୟତ ଆମ୍ପୋର ଗ୍ରାମର ସମାଜସେବୀ ତଥା ପ୍ରାକ୍ତନ ସରପଂଚ କୁଳମଣୀ ମହାପାତ୍ରଙ୍କର ବୁଧବାର ୮୬ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ଉକ୍ତ ପଂଚାୟତରେ ୧୯୭୭ ମସିହାରେ ସରପଂଚ ଭାବେ କାର୍ଯ୍ୟକରି ସମସ୍ତଙ୍କର ପ୍ରୀୟ ଭାଜକ ହୋଇପାରିଥିଲେ । ପରେ ନିଜର ଜୀବନକୁ ସମାଜସେବା ରେ ନିୟୋଜିତ କରିଥିଲେ । ତାଙ୍କ ମୃତ ଶରୀର ପାଖରେ ତାଙ୍କର ପୁତ୍ର ,ପୁତ୍ରବଧି , ନାତି ନାତୁଣୀଙ୍କ ସମେତ ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ । ମରଶରୀରକୁ ଶୋଭାଯାତ୍ରାରେ ଗ୍ରାମ୍ୟ ପରିକ୍ରମା କରାଯାଇ ଶବଦାହ କରାଯାଇଥିଲା । ତାଙ୍କର ମଧ୍ୟମ ପୁତ୍ର ପ୍ରଶାନ୍ତ ମୁଖାଗ୍ନି ଦେଇଥିଲେ । ସେ ଜଣେ ଅତ୍ୟନ୍ତ ପରୋପକାରୀ, ସମାଜସେବୀ ଥିବାରୁ ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।