Photo For The News Of Sradhosatba

ଶିକ୍ଷାବିତ୍‌ଙ୍କ ଶ୍ରାଦ୍ଧୋତ୍ସବ

State

ଆଗରପଡ଼ା :ବନ୍ତ ବ୍ଲକ୍ ରାମଚନ୍ଦ୍ରପୁର ପଂଚାୟତ ସ୍ଥିତ ସାନବର୍ଚ୍ଚିକୟାଁ ନୋଡାଲ ଉ.ପ୍ରା ବିଦ୍ୟାଳୟ ପରିସରରେ ବିଶିଷ୍ଠ ଶିକ୍ଷାବିତ୍ ସ୍ୱର୍ଗତ ଅକ୍ଷୟ ସାହୁଙ୍କ ଉନବିଂଶ ତମ ବାର୍ଷିର୍କ ଶ୍ରାଦ୍ଧୋତ୍ସବ ସ୍ମୃତି କମିଟି ତରଫରୁ ଅନୁଷ୍ଠିତ ହୋଇଯାଇଛି । ପ୍ରାକ୍ତନ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ରାଉତ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଅତିଥି ଭାବେ ସ୍ଥାନୀୟ ବିଧାୟକ ସଂଜିବ ମଲ୍ଲିକ ,ବିଡ଼ିଓ ପ୍ରଦୀପ ସେଠୀ, ଜିଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଜେନା,ଅତିରିକ୍ତ ଶିକ୍ଷାଧିକାରୀ ପ୍ରମୋଦ ପଣ୍ଡା,ଜାଗୁଳାଇ ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗଂଗାଧର ବିଶ୍ୱାଳ,ରାମଚନ୍ଦ୍ର ନୋଡ଼ାଲ ଉପ୍ରା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସନାତନ ଦାସ ,ଆଇନଜୀବୀ ପରମେଶ୍ୱର ବାରିକ,ଅନାଥ ଚରଣ ଦାସ ପ୍ରମୁଖ ସ୍ୱର୍ଗତ ସାହୁ ଥିଲେ ଜଣେ ଛାତ୍ରବତ୍ସବଳ ଶିକ୍ଷକ । ଉକ୍ତ ଅଂଚଳରେ ଶିକ୍ଷାର ପ୍ରସାର ପାଇଁ ବହୁ ଉଦ୍ୟମ ଜାରି ରଖି ଥିଲେ । ତାଙ୍କର ସେହି ମହାନ ସ୍କୃତି ସମସ୍ତଙ୍କପାଇଁ ପ୍ରେରଣାର ଉତ୍ସହୋଇ ରହିଥିବ ବୋଲି ଯୋଗଦେଇ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ସଂଯୁକ୍ତ ବିଦ୍ୟାଳୟରେ ଅଧ୍ୟୟନକରୁଥିବା ଛାତ୍ରଛାତ୍ରୀ ଙ୍କ ସହ ଦଶମ ଶ୍ରେଣୀରେ ଗଣିତରେ ଅଧିକ ନମ୍ବର ରଖିଥିବା ଜାଗୁଳାଇ ହାଇସ୍କୁଲର ଓ ଢ଼େଙ୍କା ହାଇସ୍କୁଲର ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରିବାସହ ଶିକ୍ଷକ ରମେଶ ଚନ୍ଦ୍ର ନାୟକଙ୍କୁ ମଧ୍ୟ ସ୍କୃତିକମିଟି ତରଫରୁ ମାନପତ୍ର ଓ ଉପଢ଼ୈାକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ଉକ୍ତ ଅଂଚଳର ବରିଷ୍ଟ ନାଗରିକଙ୍କୁ ଉତରୀୟ ପ୍ରଦାନ କରାଯାଇଥିଲା । ଅଧ୍ୟାପକ ଲୋକନାଥ ସାହୁ ବାର୍ଷିକ ବିବରଣୀ ପାଠକରିଥିବା ବେଳେ ଏହାକୁ ଦୁଇ ସଂଯୁକ୍ତ ବିଦ୍ୟାଳୟର ସମସ୍ତ ଶିକ୍ଷକ,ଶିକ୍ଷିକା, ଗ୍ରାମବାସୀ ତଥା ପରିବାର ସଦସ୍ୟମାନେ ସହଯୋଗ କରିଥିଲେ ।