High Court.webp.webp

ସ୍ପଷ୍ଟ ଅକ୍ଷରରେ ଡାକ୍ତରମାନେ ପ୍ରେସକ୍ରିପସନ୍ ଓ ଶବ ବ୍ୟବଚ୍ଛେଦ ରିପୋର୍ଟ ଲେଖିବାକୁ ଓଡିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ

State

high court

କଟକ : ସ୍ପଷ୍ଟ ଅକ୍ଷରରେ ଡାକ୍ତରମାନେ ପ୍ରେସକ୍ରିପସନ୍ ଓ ଶବ ବ୍ୟବଚ୍ଛେଦ ରିପୋର୍ଟ ଲେଖିବାକୁ ଓଡିଶା ହାଇକୋର୍ଟ ଏକ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି । ଏ ନେଇ ରାଜ୍ୟର ସମସ୍ତ ଡାକ୍ତରଖାନା, କ୍ଲିନିକ, ମେଡିକାଲ କଲେଜକୁ ନିର୍ଦ୍ଦେଶନାମା ଜାରି କରିବାକୁ ମୁଖ୍ୟ ସଚିବଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଅନେକ ସମୟରେ ରିପୋର୍ଟରେ ଡାକ୍ତରଙ୍କ ହାତଲେଖା ପଢି କଣ ଲେଖା ହୋଇଛି ବୁଝିବା ଜଣଙ୍କ ପକ୍ଷରେ ସମ୍ଭବ ହେଉ ନଥିବା ବେଳେ ଏଭଳି ପ୍ରସଂଗକୁ ହାଇକୋର୍ଟ ଗୁରୁତ୍ବର ସହିତ ଗ୍ରହଣ କରିଛନ୍ତି ।

ଶବ ବ୍ୟବଚ୍ଛେଦ ରିପୋର୍ଟ ଓ ପ୍ରେସକ୍ରିପସନରେ ବଡ଼ (କ୍ୟାପିଟାଲ) ଅକ୍ଷର ବା ସ୍ପଷ୍ଟ ଭାବେ ପଢି ହେଉଥିବା ହସ୍ତାକ୍ଷରରେ ଲେଖିବା ପାଇଁ ରାଜ୍ୟର ସମସ୍ତ ଡାକ୍ତରଙ୍କୁୁ ନିର୍ଦ୍ଦେଶନାମା ଜାରି କରିବାକୁ ମୁଖ୍ୟ ସଚିବଙ୍କୁ ହାଇକୋର୍ଟ କହିଛନ୍ତି । ସମସ୍ତ ମେଡିକାଲ ସେଣ୍ଟର, ଘେରାଇ କ୍ଲିନିକ, ମେଡିକାଲ କଲେଜ ଓ ହସ୍ପିଟାଲ ପାଇଁ ଏ ନେଇ ମୁଖ୍ୟ ସଚିବ ନିର୍ଦ୍ଦେଶନାମା ଜାରି କରିବେ ।  ଔଷଧ ପରାମର୍ଶ ବା ଚିକିତ୍ସା-ଆଇନ ସମ୍ବନ୍ଧୀୟ (ମେଡିକୋ-ଲିଗାଲ) ରିପୋର୍ଟ ଉପଯୁକ୍ତ ହସ୍ତାକ୍ଷରରେ ବା ଟାଇପ ପଦ୍ଧତିରେ ଲେଖିବା ପାଇଁ ଏହି ନିର୍ଦ୍ଦେଶନାମା ଜାରି କରାଯିବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

କୌଣସି ଜରୁରୀକାଳୀନ ସ୍ଥିତିରେ ଡାକ୍ତରମାନେ ପ୍ରଦାନ କରିଥିବା ସେବା ପ୍ରଶଂସାଯୋଗ୍ୟ ବୋଲି ହାଇକୋର୍ଟ କହିଛନ୍ତି ।  ଅନ୍ୟପକ୍ଷରେ ଖରାପ ଅକ୍ଷରରେ ଲଖିତ ମେଡିକାଲ ପ୍ରେସକ୍ରିପସନ୍ ଓ ଚିକିତ୍ସା-ଆଇନ ସମ୍ବନ୍ଧୀୟ ଡକ୍ୟୁମେଣ୍ଟ ଅନେକ ସମୟରେ ବିଚାର ବ୍ୟବସ୍ଥାରେ ପ୍ରମାଣର ମୂଲ୍ୟ ନିର୍ଦ୍ଧାରଣ ପ୍ରସଂଗକୁ ପ୍ରଭାବିତ କରିଥାଏ ।  ବହୁ ମାମଲାରେ ଶବ ବ୍ୟବଚ୍ଛେଦ ରିପୋର୍ଟରେ ଅନିଶ୍ଚିିତ ଭାବେ ଡାକ୍ତର ଲେଖିବା ଦ୍ବାରା ଚିକିତ୍ସା-ଆଇନ ସମ୍ବନ୍ଧୀୟ ଡକ୍ୟୁମେଣ୍ଟ ବୋଧଶକ୍ତି ବିପଦଜନକ ଭାବେ ପ୍ରଭାବିତ ହୋଇଥାଏ ।

ଏଭଳି ଅକ୍ଷର ପଢିବା ଓ ଏକ ନିର୍ଦ୍ଦିଷ୍ଟ  ଉପସଂହାରରେ ପହଞ୍ଚିବା କ୍ଷେତ୍ରରେ ବିଚାରବ୍ୟବସ୍ଥା ଅସୁବିଧାର ସମ୍ମୁଖୀନ ହୋଇଥାଏ । ସେମାନେ ବଡ଼ ଅକ୍ଷରରେ ବା ଟାଇପ ପଦ୍ଧତିରେ ବା ଭଲ ହସ୍ତାକ୍ଷରରେ ଲେଖିବା ଆବଶ୍ୟକ ଯାହା ଦ୍ବାରା ବିଚାର ବ୍ୟବସ୍ଥା ହାତ ଲେଖା ପଢିବା ବେଳେ ଅଯଥା ଅବସନ୍ନତାର ସମ୍ମୁଖୀନ ହେବ ନାହିଁ ବୋଲି ହାଇକୋର୍ଟଙ୍କ ରାୟରେ ଉଲ୍ଲେଖ କରାଯାଇଛି। ଡକ୍ଟର ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ରସାନନ୍ଦ ଭୋଇଙ୍କ ଆବେଦନର ଶୁଣାଣି କରି ଏହି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।