Onn 3

ରାସ୍ତା କଡ଼ରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ

Crime State

 

ଦେବଗଡ଼: ରାସ୍ତା କଡ଼ରୁ ମୃତଦେହ ଉଦ୍ଧାର । ଦେବଗଡ଼ ଜିଲ୍ଲା ବାରକୋଟ ଥାନା ଦଣ୍ଡାସିଂହା – ମହୁଲନାଲି ରାସ୍ତା କଡ଼ରୁ ବାରକୋଟ ଯୁକ୍ତ ୨ ମହା ବିଦ୍ୟାଳୟରେ କାର୍ଯ୍ୟରତ ପିଅନଙ୍କ ମୃତଦେହ ଠାବ ହୋଇଛି। ମୃତକ ହେଲେ ମିଲୁ ଚରଣ ବେହେରା। ତାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ପ୍ରାଥମିକ ତଦନ୍ତ ପରେ ଏକ ହତ୍ୟା ମାମଲା ରୁଜୁ କରାଯାଇଛି।

ଘଟଣା ସ୍ଥଳରେ ସାଇଣ୍ଟିଫିକ ଟିମ ଓ ସନ୍ଧନୀ କୁକୁର ସହାୟତାରେ ବାରକୋଟ ଥାନା ପୁଲିସର ତଦନ୍ତ ଆରମ୍ଭ କରିଛି l ଗତକାଲି ରାତିରେ ବାଲିରୋଇ ସ୍ଥିତ ନିଜ ଘରୁ ରେଙ୍ଗାଳବାହାଳ ଗାଁରେ ରହୁଥିବା ନିଜ ପରିବାର ପାଖକୁ ବାହାରିଥିଲେ। ଆଜି ସକାଳ ପର୍ଯ୍ୟନ୍ତ ପହଞ୍ଚିନଥିଲେ ମିଲୁ l ଆଜି ସକାଳୁ ଦଣ୍ଡାସିଂହା – ମହୁଲନାଳୀ ରାସ୍ତାକଡରୁ ଉଦ୍ଧାର ହୋଇଛି ମିଲୁଙ୍କର ମୃତଦେହ।