Basl

ରାଜଧାନୀରେ ପୁଣି କଳା କାଚ ଧରପଗଡ

State

ଭୁବନେଶ୍ବର: ରାଜଧାନୀକୁ ପୁଣି ଫେରିଲା କଳା କାଚ ଚେକିଂ ଅଭିଯାନ । ଆଜି ରାଜଧାନୀର ବିଭିନ୍ନ ସ୍ଥାନରେ କମିଶନରେଟ୍ ପୋଲିସ ପକ୍ଷରୁ ଚେକିଂକୁ କଡ଼ାକଡ଼ି କରାଯାଇଛି । ଟ୍ରାଫିକ ପୋଲିସ ଓ ଆରଟିଓ ପକ୍ଷରୁ ହେଲା ଜଏଣ୍ଟ ରେଡ୍ । ଗାଡ଼ି ଅଟକାଇ କଳା ଜରି ବାହାର କଲେ ପୋଲିସ ବାବୁ ।

ପୋଲିସ ଅଧିକାରୀଙ୍କ କହିବା ମୁତାବକ, ଅପରାଧିକ କାର୍ଯ୍ୟକଳାପ ନିୟନ୍ତ୍ରଣ ପାଇଁ ଏହିପରି ପଦକ୍ଷେପ ନିଆଯାଉଛି । ଆଗାମୀ ଦିନରେ ଏହି ନିୟମକୁ ଆହୁରି ଜୋରଦାର କରାଯିବ । ପ୍ରତି ଛକ ଓ ସ୍ଥାନମାନଙ୍କରେ ହେବ ଚେକିଂ ।

ଯଦି କୌଣସି ବ୍ୟକ୍ତି ଏହି ନିୟମ ନମାନିଲେ ତେବେ ଜରିମାନା ଦେବାକୁ ପଡ଼ିବ । ପୋଲିସ ମାମଲା ମଧ୍ୟ ରୁଜୁ କରିପାରିବ । ୫ ହଜାର ଟଙ୍କା ଜରିମାନା କିମ୍ବା ୬ ମାସ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ଅଧିକାରୀ ଜଣକ ସୂଚନା ଦେଇଛନ୍ତି ।