Onn 3

କ୍ୟାପିଟାଲ୍ ହସ୍ପିଟାଲରେ ଶତାଧିକ ଆହତଙ୍କ ଚିକିତ୍ସା

State

 

capital-hospital

ଭୁବନେଶ୍ୱର : ଦୀପାବଳିରେ ଅଘଟଣ । ରାଜ୍ୟର ବିଭିନ୍ନ ସ୍ଥାନରେ ବାଣ ପଡ଼ି ଶତାଧିକ ଆହତ ହୋଇଛନ୍ତି । ରାଜଧାନୀର ବିଭିନ୍ନ ସ୍ଥାନରେ ବାଣ ବିସ୍ଫୋରଣରେ ଶତାଧିକ ଆହତ ହୋଇଛନ୍ତି। କ୍ୟାପିଟାଲ ହସ୍ପିଟାଲରେ ପ୍ରାୟ ୧୦୦ରୁ ଅଧିକ ଚିକିତ୍ସିତ ହୋଇଛନ୍ତି । କାହାର ହାତ ଫାଟିଛି ତ ଆଉ କିଏ ନିଆଁରେ ପୋଡ଼ି ହୋଇଯାଇଛନ୍ତି। ସେହିଭଳି କଟକରେ ବାଣ ଫୁଟାଇ ୨୭ରୁ ଅଧିକ ଆହତ ହୋଇ ଏସସିବିରେ ଚିକିତ୍ସିତ ହୋଇଛନ୍ତି । ଭଦ୍ରକ ଜିଲ୍ଲାର ବିଭିନ୍ନ ସ୍ଥାନରେ ବାଣ ବିସ୍ଫୋରଣରେ ବି ଅନେକ ଆହତ ହୋଇଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲା ତନ୍ତିଆପାଳ ସାମୁଦ୍ରିକ ଥାନା ଏକଲପୁର ଗାଁରେ ବାଣ ନିଆଁରେ ଜଳିଗଲା ଜଳଖିଆ ଦୋକାନ । ସେହିପରି ବାରିପଦାରେ ସ୍କାଏ ଲଣ୍ଠନରୁ ନିଆଁ ଲାଗି ଟେଣ୍ଟ ହାଉସ୍ ଜଳାଯାଇଛି । ଛାରଖାର ହୋଇଛି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ।

ଦୀପାବଳିକୁ ସ୍ୱଚ୍ଛ, ସବୁଜ ଓ ସୁରକ୍ଷିତ ଭାବେ ପାଳନ କରିବା ପାଇଁ ଏଥର ବିଏମ୍‌ସି ପକ୍ଷରୁ ବ୍ୟାପକ ଉଦ୍ୟମ କରାଯାଇଛି । ଦୁର୍ଘଟଣା ଏଡାଇବାକୁ ବାଣ ଦୋକାନରେ ବ୍ୟବସାୟୀମାନେ ଦୁଇଟି ଡଷ୍ଟବିନ୍‌ ଓ ଆବଶ୍ୟକ ପାଣି ଓ ବାଲି ମଧ୍ୟ ମହଜୁଦ୍ ରଖିବାକୁ କୁହାଯାଇଥିଲା। ଏହାର ତଦାରଖ କରିବା ପାଇଁ ବିଏମ୍‌ସି, କମିସନରେଟ ପୋଲିସ ଓ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ମିଳିତ ସ୍କ୍ୱାର୍ଡ ଗସ୍ତ କରିଥିଲା।