Scr 1.webp.webp

ସୁନ୍ଦରଗଡରେ ୨୪ ଘଣ୍ଟାରେ ଆଉ ୪ ସ୍କ୍ରବ ଟାଇଫସ ଆକ୍ରାନ୍ତ ଚିହ୍ନଟ, ୩୦୮ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

Health and Science State

 

scr

ସୁନ୍ଦରଗଡ଼ : ସୁନ୍ଦରଗଡ଼ରେ ଚିନ୍ତା ବଢ଼ାଇଛି ସ୍କ୍ରବ ଟାଇଫସ୍ । ୨୪ ଘଣ୍ଟାରେ ଆଉ ୪ ଆକ୍ରାନ୍ତ ଚିହ୍ନଟ । ଏହାକୁ ମିଶାଇ ସୁନ୍ଦରଗଡରେ ମୋଟ୍ ଆକ୍ରାନ୍ତ ସଂଖ୍ୟା ୩୦୮ରେ ପହଞ୍ଚିଛି ।

ସେହିପରି ବରଗଡ଼ରେ ୨ ଦିନ ତଳେ ଜଣଙ୍କର ମୃତ୍ୟୁ ହୋଇଥିଲା । ବରଗଡ଼ ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି ପାଇଛି । ମୃତ ବ୍ୟକ୍ତି ଜଣକ ସୋହେଲା ଅଞ୍ଚଳର ଥିବାବେଳେ ତାଙ୍କ ବୟସ ୪୮ । ସ୍କ୍ରବ ଟାଇଫସରେ ଆକ୍ରାନ୍ତ ହୋଇ ସେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସମୟରେ ତାଙ୍କର ମୃତ୍ୟୁ ହୋଇଛି ବୋଲି ବରଗଡ଼ ଜିଲ୍ଲାର ଜନସ୍ୱାସ୍ଥ୍ୟ ଅଧିକାରୀ ସାଧୁ ଚରଣ ଦାଶ ସୂଚନା ଦେଇଥିଲେ ।

ସେପଟେ ସୁନ୍ଦରଗଡ଼ରେ ପହଞ୍ଚି ସ୍କ୍ରବ ଟାଇଫସର ସ୍ଥିତି ଅନୁଧ୍ୟାନ କରିଛନ୍ତି କେନ୍ଦ୍ରୀୟ ଟିମ୍ । ୬ ଜଣିଆ ଟିମରେ କେନ୍ଦ୍ରର ୪ ଜଣ ଓ ରାଜ୍ୟର ୨ ଜଣ ସଦସ୍ୟ ଅଛନ୍ତି । ଜିଲ୍ଲାରେ ସ୍କ୍ରବ ଟାଇଫସ ସ୍ଥିତି ସମ୍ପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସହ ଏନେଇ ଆଲୋଚନା କରିଛନ୍ତି ତଦନ୍ତକାରୀ ଟିମ୍ । ସ୍ୱାସ୍ଥ୍ୟ ବିଭାଗ ଏନେଇ ସଚେତନ ରହି ଦୃଢ ଭାବରେ ଲଢିବାପାଇଁ ପରାମର୍ଶ ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ଏହି ରୋଗ କେବଳ ସୁନ୍ଦରଗଡ଼ ନୁହେଁ ବଲାଙ୍ଗିର ଏବଂ ବରଗଡ଼ରେ ମଧ୍ୟ ଆତଙ୍କ ଖେଳାଉଛି । ପଶ୍ଚିମ ଓଡିଶା ପରେ ଦକ୍ଷିଣ ଓଡିଶାର କୋରାପୁଟ ଜିଲ୍ଲାରେ ସ୍କ୍ରବ୍ ଟାଇଫସ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି ।