Onn 3

କେନ୍ଦ୍ର ମନ୍ତ୍ରୀଙ୍କ ଦ୍ଵାରା ସ୍ୱର୍ଗ ରଥ ଲୋକାର୍ପିତ

State

ବାରିପଦା: “ଭାରତ ଇସ୍ପାତ ପ୍ରାଧିକରଣ” (SAIL-CSR Fund) ଦ୍ୱାରା ପ୍ରଦତ୍ତ ଦୁଇଟି “ସ୍ୱର୍ଗ ରଥ”କୁ ସୋମବାର ଅପରାହ୍ନରେ କେନ୍ଦ୍ର ଆଦିବାସୀ ବ୍ୟାପାର ଓ ଜଳ ସମ୍ପଦ ବିଭାଗ ରାଷ୍ଟ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ଲୋକାର୍ପିତ କରିଛନ୍ତି। ସ୍ଥାନୀୟ ପିଆରଏମ ମେଡିକାଲ କଲେଜ ପରିସରରେ ଏହି ଉପଲକ୍ଷେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ଏକ ନିରାଡ଼ମ୍ବର ଉତ୍ସବରେ ଶ୍ରୀ ଟୁଡୁ ଏ ଦୁଇଟିର ଦାୟିତ୍ୱ ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜଙ୍କୁ ହସ୍ତାନ୍ତର କରିଛନ୍ତି। ଏ ଅବସରରେ ଶ୍ରୀ ଟୁଡୁ ନିଜର ସଂକ୍ଷିପ୍ତ ଉଦବୋଧନରେ ଆଗାମୀ ଦିନମାନଙ୍କରେ ଏମିତି ଆହୁରି ଅନେକ ଲୋକାଭିମୁଖୀ କଲ୍ୟାଣମୂଳକ କାର୍ଯ୍ୟ ଓ କାର୍ଯ୍ୟକ୍ରମ ହେବ ବୋଲି କହିଛନ୍ତି।

ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ମୟୂରଭଞ୍ଜ ସିଡିଏମଓ ରୂପଭାନୁ ମିଶ୍ର, ମହାରାଜା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ, ଡାକ୍ତର ଆର୍ଯ୍ୟ ମିଶ୍ର, କବିବିଷ୍ଣୁ ଶତପଥୀ, ଛୋଟେଲାଲ ମହାନ୍ତ, ନରୋତ୍ତମ ପାଣିଗ୍ରାହୀ, ହେମନ୍ତ ସାହା, ବିଜୟ କୁମାର ଦାସ, ଦେବବ୍ରତ ସାମଲ ପ୍ରମୁଖ ଉପସ୍ଥିତ ଥିଲେ। ସ୍ୱର୍ଗ ରଥ ଦୁଇଟି ଭିତରୁ ଗୋଟିଏ ବେତନଟୀ ଓ ଅନ୍ୟଟି କରଞ୍ଜିଆରେ ଅବସ୍ଥାପିତ ହେବ ଏବଂ “ମାରୁଆଡି ଯୁବ ମଞ୍ଚ” ଏଗୁଡ଼ିକର ରକ୍ଷଣାବେକ୍ଷଣ ଦାୟିତ୍ୱ ନେବେ ବୋଲି ସୂଚନା ମିଳିଛି।