Onn 3

ଶହୀଦ ନୁଦୂରାମ ସୋରେନ୍ ମେମୋରିଆଲ ଟ୍ରଷ୍ଟ ଆନୁକୂଲ୍ୟରେ ନିଃଶୁଳ୍କ ଚକ୍ଷୁ ଶିବିର

State

ବାରିପଦା: ମୟୂରଭଞ୍ଜ ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ ଶହୀଦ ନୁଦୂରାମ ସୋରେନ ମେମୋରିଆଲ ଟ୍ରଷ୍ଟ ଆନୁକୂଲ୍ୟରେ ନିଃଶୁଳ୍କ ଚକ୍ଷୁ ଶିବିର ରବିବାର ଦିନ ପୌରାଞ୍ଚଳର ପିସିଏମ କଲ୍ୟାଣ ମଣ୍ଡପ ପରିସରରେ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏହି ସାମାଜିକ ସେବା କାର୍ଯ୍ୟକ୍ରମକୁ ବ୍ଳକ ଅଧ୍ୟକ୍ଷ ଶ୍ରୀ ଜ୍ଞାନ ରଂଜନ ହେମ୍ବ୍ରମ , ପୌର ପରିଷଦ ଉପାଧ୍ୟକ୍ଷା ମମିତା ଚୌଧୁରୀ ପ୍ରମୁଖ ଉପସ୍ଥିତ ରହି ଶହୀଦ ନୁଦୂରାମ ସୋରେନ ଙ୍କ ତୈଳ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଦେଇ ପ୍ରଦୀପ ପ୍ରଜ୍ବଳନ କରି ଶୁଭ ଉଦ୍ଘାଟନ କରିଥିଲେ । ଏହି ଚକ୍ଷୁ ଶିବିରରେ ବାରିପଦାର ଅଭିଜ୍ଞ ଚକ୍ଷୁ ଚିକିତ୍ସକ ଏବଂ କର୍ମଚାରୀ ଯୋଗ ଦେଇ ଚକ୍ଷୁ ରୋଗୀଙ୍କ ଚକ୍ଷୁ ପରୀକ୍ଷା କରିଥିଲେ ।ବାମନଘାଟୀ ଉପଖଣ୍ଡର ୭ ଟି ବ୍ଳକ ଏବଂ ମ୍ୟୁନିସିପାଲିଟିର ୧୬୦ ରୁ ଉର୍ଦ୍ଧ୍ବ ଚକ୍ଷୁ ରୋଗୀଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିଲା ।

ସେଥି ମଧ୍ୟରୁ ୯୨ ଜଣଙ୍କର ମୋତିଆବିନ୍ଦୁ ଚିହ୍ନଟ ହୋଇଥିଲା ।ଖୁବ ଶିଘ୍ର ସେମାନଙ୍କ ମୋତିଆ ବିନ୍ଦୁ ଅପରେସନ କରାଯିବ । ରୋଗୀଙ୍କ ଯିବା ,ଆସିବା,ରହିବା ଖର୍ଚ୍ଚ ଅନୁଷ୍ଠାନ ବହନ କରିବ ବୋଲି ଟ୍ରଷ୍ଟରେ ଅଧ୍ୟକ୍ଷ ମନୋରଂଜନ ହାଁସଦା ଗଣମାଧ୍ୟମକୁ ସୂଚନା ଦେଇଥିଲେ । କାର୍ଯ୍ୟକ୍ରମକୁ ଶହୀଦଙ୍କ ପତ୍ନୀ ଲକ୍ଷ୍ମୀରାଣୀ ସୋରେନ,ଅଧ୍ୟାପକ ବିଜୟ ରାମ, ସେବା ନିବୃତ ସରକାରୀ କର୍ମଚାରୀ ମୋଚିରାମ ମାଝୀ,ମେଜର ମହେନ୍ଦ୍ର ନାଥ ମହାନ୍ତ,,ଅଧ୍ୟାପକ ଡଃ ଦିଗମ୍ବର ଗିରି, ଶିକ୍ଷକ ରଂଜନ ନନ୍ଦ, ଶିକ୍ଷକ ତିମିର ରଂଜନ ପଣ୍ଡା, ବାଙ୍କିଶୋଳ କିଟ୍ ପ୍ରିନସିପାଲ ଗଣେଶ ମିଶ୍ର,,ସତୀଶ ମହାନ୍ତ,ଅଧ୍ୟାପକ ରାଜେଶ ରାମ, ପରେଶ ସୋରେନ, ପଙ୍କଜ ଦାସ, ଡଃ ରାଜେନ୍ଦ୍ର ମଣ୍ଡଳ,କାରୁ ମାରାଣ୍ଡି, ଶିକ୍ଷକ ଗୋପାଳ ମହାନ୍ତି ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।