Onn 3

ଜାମଦା ଡିଗ୍ରୀ ମହାବିଦ୍ୟାଳୟରେ ‘ସ୍ବଛତା ହିଁ ସେବା’ କାର୍ଯ୍ୟକ୍ରମ

State

ବାରିପଦା: ମୟୂରଭଞ୍ଜ ଜିଲ୍ଲାର ସୀମାନ୍ତ ଜାମଦା ବ୍ଳକର ଜାମଦା ଡିଗ୍ରୀ କଲେଜରେ ଭାରତ ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ଆନୁକୁଲ୍ୟରେ ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମ କଲେଜ ଅଧ୍ୟକ୍ଷ ଅଶୋକ କୁମାର ସୁରଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟବକ୍ତା ଭାବେ ପରିବେଶବିତ୍ ଲଳିତ ମହାନ୍ତ ଯୋଗ ଦେଇଥିଲେ । ଇଂରାଜୀ ଅଧ୍ୟାପକ ଅଶୋକ ମହାନ୍ତ ପ୍ରାରମ୍ଭିକ ‌ସୂଚନା ଓ ସ୍ବାଗତ ଭାଷଣ ଦେଇଥିଲେ ।

ଏନଏସଏସ ନିର୍ବାହୀ ଅଧ୍ଯାପକ ଭଗବାନ ଚନ୍ଦ୍ର ପାଳ ଓ ଅଧ୍ୟାପିକା ଲିଜା ସାହୁ କାର୍ଯ୍ୟକ୍ରମର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ ।ଅଧ୍ୟକ୍ଷ ସୁର ସ୍ବଚ୍ଛତା ରକ୍ଷା ପାଇଁ ଶପଥ ପାଠ କରାଇଥିଲେ । ଅତିଥି ଗଣ ସ୍ଵଚ୍ଛତା ସେବା କାର୍ଯ୍ୟ ଉପରେ ସମସ୍ତଙ୍କୁ ପ୍ଳାଷ୍ଟିକ ବର୍ଜନ କରିବା,ବୃକ୍ଷ ରୋପଣ,ଜଳାଶୟ ଗୁଡ଼ିକୁ ପ୍ରଦୂଷଣ ମୁକ୍ତ କରିବା,ସ୍ବଚ୍ଛତା ନେଇ ପଡୋଶୀ ଏବଂ ସାଧାରଣ ଜନତାଙ୍କୁ ସଚେତନ କରାଇବା ଉଚିତ ବୋଲି କହିଥିଲେ । ସମସ୍ତେ ମିଳିମିଶି ସ୍ଵଛତାକୁ ଗୁରୁତ୍ଵ ଦେଲେ ତାହା ସମାଜ ପାଇଁ ମଙ୍ଗଳପ୍ରଦ ହେବ ବୋଲି କହିଥିଲେ ।