Onn 3

ମହାରାଣୀ ତଖତ କୁମାରୀ ଗିଫ୍ଟ ଡିଡ଼ କାର୍ଯ୍ୟକାରୀ କରିବାକୁ ଦାବି

State

ଆରମ୍ଭ ହେଲା ଏମପିସି ମୋ ଗର୍ବ, ମୋ ସ୍ୱାଭିମାନ ଅଭିଯାନ

ବାରିପଦା: ମହାରାଣୀ ତଖତ କୁମାରୀଙ୍କ ଗିଫ୍ଟ ଡିଡ଼ କାର୍ଯ୍ୟକାରୀ କରିବାକୁ ଏବଂ ଏମପିସି ମହା ଜମିଘୋଟଲାର ତୁରନ୍ତ ସମାଧାନ କରି ଏମପିସିକୁ ମୋଟ 268.53 ଏକର ଜମି ହସ୍ତାନ୍ତର କରିବାକୁ ସୋସିଆଲ ମିଡିଆରେ ଏକ ଅଭିଯାନ ଆରମ୍ଭ ହୋଇଛି l ଅକ୍ଟୋବର ଦୁଇ ତାରିଖ ପବିତ୍ର ଗାନ୍ଧୀଜୀ ଓ ଶାସ୍ତ୍ରୀ ଜୟନ୍ତୀ ଠାରୁ ଏମପିସିର ପୁରାତନ ଛାତ୍ର ଓ ନୂତନ ଛାତ୍ର ଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ଏହି ଅଭିଯାନ ସୋସିଆଲ ମିଡିଆରେ ଟ୍ରେଣ୍ଡ କରିବାରେ ଲାଗିଛି l ପାଖାପାଖି ଦୁଇହାଜର କୋଟି ଟଙ୍କାର ଜମି କେଳେଙ୍କାରୀ ର ଗୁମର ଖୋଲିବାକୁ ସିବିଆଇ ଯାଞ୍ଚ ପାଇଁ ବିଭିନ୍ନ ମହାଲରେ ଦାବି ହେଉଥିବା ବେଳେ ଏମପିସି କଲେଜର ହଜାର ହଜାର ଛାତ୍ର ଛାତ୍ରୀ ଅହିଂସା ମାଧ୍ୟମରେ ସୋସିଆଲ ମିଡିଆରେ ଏହି ଜମି କେଳେଙ୍କାରୀ କୁ ବିରୋଧ କରି ଆନ୍ଦୋଳନ ଆରମ୍ଭ କରିଛନ୍ତି l

ସୂଚନା ମୁତାବକ ବାରିପଦା ବଡ଼ ବଜାର ସ୍ଥିତ ଏମପିସି ଜୁନିଅର କଲେଜ ଏବଂ ତଖତପୁର ଠାରେ ଥିବା ଏମପିସି ଅଟୋନମାସ ଉଭୟ କଲେଜ ଆଗରେ ଛିଡା ହୋଇ ସେଲ୍ଫି, ଫଟୋ ବା ଭିଡିଓ ନେଇ ଏମପିସି ମୋ ଗର୍ବ, ଏମପିସି ମୋ ପରିଚୟ ଏମ ପିସି ମୋ ସ୍ୱାଭିମାନ କ୍ୟାପସନ ଲେଖି ଛାତ୍ର ଛାତ୍ରୀ ମାନେ ନିଜ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟ ଫେସବୁକ, ଇନଷ୍ଟାଗ୍ରାମ ସହିତ ବିଭିନ୍ନ ୱାଟ୍ସଅପ ଗ୍ରୁପରେ ଛାଡ଼ିବା ସହିତ ୱାଟ୍ସଅପ ରେ ଷ୍ଟାଟସ, ଡିପି ଆଦି ରଖିବା ଏବଂ ଫେସବୁକ ଷ୍ଟୋରୀ ରେ ପୋଷ୍ଟ କରି ଏହି ଆନ୍ଦୋଳନ କୁ ଆଗେଇ ନେବା ପାଇଁ ବହୁଳ ମାତ୍ରାରେ ଆଗ୍ରହ ପ୍ରକାଶ କରୁଥିବା ଦେଖା ଯାଇଛି l ସୋସିଆଲ ମିଡିଆରେ ଅକ୍ଟୋବର ଦୁଇ ତାରିଖରୁ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନ ଅକ୍ଟୋବର ମାସ ଯାକ ଜାରି ରହିବ ବୋଲି ସୂଚନା ମିଳିଛି l ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, 1948 ମସିହା ଜୁନ18 ତାରିଖରେ ମହାରାଣୀ ତଖତ କୁମାରୀ ବାରିପଦା ତହସିଲ ଅନ୍ତର୍ଗତ ହେମଚନ୍ଦ୍ର ପୁର ଏବଂ ମହାରାଜ ପୁରରେ ତାଙ୍କ ମାଲିକାନାରେ ଥିବା 268.53ଏକର ଜମି କୁ ଭବିଷ୍ୟତ ରେ ମହାରାଜା ପୂର୍ଣ୍ଣ ଚନ୍ଦ୍ର ଙ୍କ ନାମରେ ଏକ ଆବାସିକ ମହାବିଦ୍ୟାଳୟ ପାଇଁ ଜମି ଦାନ କରିଥିଲେ l ଏ ସମ୍ପର୍କରେ ସରକାର ବିଧାନ ସଭାରେ ମଧ୍ୟ ବାରମ୍ବାର ମାନିଛନ୍ତି ଯେ ମହାରାଣୀ ଏମପିସି କଲେଜ ନାମରେ 268.53 ଏକର ଜମି ଦାନ କରିଥିଲେ ବୋଲି l ମାତ୍ର 75ବର୍ଷରେ ପଦାର୍ପଣ କରିଥିବା ଏମପିସି କଲେଜ ନାମରେ ଆଜି ଯାଏ ଗୋଟିଏ ଇଞ୍ଚ ହେଲେ ଜମି ରେକର୍ଡ ଭୁକ୍ତ ନ ହେବା ପ୍ରସଙ୍ଗ ଏବେ ଜନ ଆନ୍ଦୋଳନ ର ରୂପ ନେବାକୁ ଯାଉଛି l