Onn 3

ବିଦ୍ୟାଳୟରେ ଝୁଲିଲା ତାଲା

State

ନିଶ୍ଚିନ୍ତକୋଇଲି: ନିଶ୍ଚିନ୍ତକୋଇଲି ବ୍ଳକ ଶିକ୍ଷାଧିକାରିଣୀଙ୍କ ଅଧିନରେ ଥିବା କେରିଲୋ ଗ୍ରାମପଂଚାୟତ ବାହାର ବମ୍ଫୁ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ତାଲା ଝୁଲିବା ଘଟଣାଟି ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ବିଦ୍ୟାଳୟଟି ଗତ ୧୯୩୧ ମସିହାରେ ସ୍ଥାପନ କରାଯାଇଥିଲା । ତେବେ ବିଦ୍ୟାଳୟ ଗୃହ ନିର୍ମାଣରେ ସରକାରୀ ରାଜକୋଷରୁ ପ୍ରତିବର୍ଷ ଲକ୍ଷ ଲକ୍ଷ ଟଙ୍କା ବିନିଯୋଗ କରାଯାଉଥିଲା । ଏହି ବିଦ୍ୟାଳୟର ୫ଟି ଶ୍ରେଣୀ ନିମରେ ମାତ୍ର ୨ ଜଣ ଛାତ୍ର ଛାତ୍ରୀ ଅଧ୍ୟୟନକରୁଥିଲେ ।

ତେବେ ସ୍ଥାନୀୟ ଗ୍ରାମର ମାନସ ସାମଲଙ୍କ ପୁତ୍ର ଶକ୍ତି ସାମଲ ଓ ଅମର ସାମଲଙ୍କ ପୁତ୍ର ଆୟୁଷ ସାମଲଙ୍କୁ ଗତ କାଲି ସ୍ଥାନୀୟ ସିଆରସିସି ତାଙ୍କ ଘରକୁ ଆସି ବାଧ୍ୟତାମୂଳକ ଭାବେ ସ୍କୁଲ ପରିତ୍ୟାଗ ପ୍ରମାଣପତ୍ର ଦେଇଯାଇଥିବାର ଅଭିଭାବକ ମହଲରେ ଅଭିଯୋଗ ହୋଇଛି । ଫଳରେ ଏହି ବିଦ୍ୟାଳୟରେ କୌଣସି ଛାତ୍ର ଛାତ୍ରୀ ନଥିବା ଯୋଗୁ ବିଦ୍ୟାଳୟରେ ଏକରକମ ତାଲା ଝୁଲୁଛି କହିଲେ ଅତ୍ୟୁକ୍ତି ହେବ ନାହିଁ । ତେବେ ସରକାରଙ୍କ ତରଫରୁ ଏହି ବିଦ୍ୟାଳୟରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ କରାଯିବା କାହା ସ୍ୱାର୍ଥରେ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।