Onn 3

ପ୍ରାକ୍ତନ କର୍ମଚାରୀ ସଂଘ ‘ପିପିସି ମେଣ୍ଟର୍ସ’ ର ବାର୍ଷିକ ଉତ୍ସବ ଓ ସମ୍ବର୍ଦ୍ଧନା

State

ନିଶ୍ଚିନ୍ତକୋଇଲି : ନିଶ୍ଚିନ୍ତକୋଇଲି ପଞ୍ଚାୟତ ପ୍ରହଲ୍ଳାଦ ମହାବିଦ୍ୟାଳୟର ପ୍ରାକ୍ତନ କର୍ମଚାରୀ ସଂଘ ପିପିସି ମେଣ୍ଟର୍ସର ବାର୍ଷିକ ଉତ୍ସବ ସ୍ଥାନୀୟ ସାଇ ମଣ୍ଡପରେ ଅନୁଷ୍ଠିତ ହୋଇଛି । ପ୍ରାକ୍ତନ ଅଧ୍ୟକ୍ଷ ଏକାଦଶୀ ସେନାପତି ଙ୍କ ଆବାହକତ୍ୱ ଏବଂ ଡ଼ଃ.କଳ୍ପନା ବୋଇତି ଙ୍କ ସଂଯୋଜନାରେ ପ୍ରାକ୍ତନ ଅଧ୍ୟକ୍ଷ ଡ଼ଃ.ବିଭୂତିଭୂଷଣ ସାମଲ, କିିଶୋର କୁମାର ମିଶ୍ର, ସତ୍ୟବ୍ରତ ନାୟକ ଓ ପରିଚାଳନା କମିଟିର ସଭାପତି ପଲ୍ଲବ ଚକ୍ରବର୍ତ୍ତୀ ଉକ୍ତ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ପ୍ରାରମ୍ଭରେ ଦିବଂଗତ ପ୍ରାଧ୍ୟାପକ ଦେବେନ୍ଦ୍ରନାଥ ବିଶ୍ୱାଳଙ୍କ ଆତ୍ମ ସଦଗତି କାମନା ପାଇଁ ୨ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପ୍ରାକ୍ତନ ପ୍ରାଧ୍ୟାପକ ବୈଷ୍ଣବଚରଣ ମହାନ୍ତି, ଅଶ୍ୱିନୀ କୁମାର ପଟ୍ଟନାୟକ, ଡ଼ଃ.ପ୍ରଦିପ୍ତ କୁମାର ମହାନ୍ତି, ଡ଼ଃ.ରତ୍ନାକର ରାୟ,ମଦନମୋହନ ଜେନା ପ୍ରମୁଖ ପ୍ରାରମ୍ଭିକ ବକ୍ତବ୍ୟ ପ୍ରଦାନ କରିଥିଲେ ।

ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ପ୍ରାକ୍ତନ ପ୍ରଶିକ୍ଷିକା ସ୍ୱର୍ଣ୍ଣଲତା ପଣ୍ଡାଙ୍କୁ ଗୁରୁ ଗୌରବ , ହିସାବରକ୍ଷକ ଉଦୟନାଥ ସାହୁ ଓ ଦପ୍ତରୀ ଧିରେନ୍ଦ୍ରନାଥ ସ୍ୱାଇଁଙ୍କୁ ସେବା ଗୌରବ ଏବଂ ପ୍ରାକ୍ତନ ଛାତ୍ର ତଥା ଅନୁଗୁଳ ଜିଲ୍ଳା ସିଭିଲ ଜଜ ସୁଶାନ୍ତ କୁମାର ନାୟଙ୍କୁ ଆମ ଗର୍ବ ଆମ ଗୌରବ ସମ୍ମାନରେ ଉତ୍ତରୀୟ , ସ୍ମୃତି ଫଳକ, ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା । ପ୍ରାକ୍ତନ ପ୍ରଧ୍ୟାପକ ଡ଼ଃ.ରବୀନ୍ଦ୍ରନାଥ ପରିଡ଼ା, ଚିତ୍ରା ମହାନ୍ତି, ସ୍ୱାଧୀନ ପରିଡ଼ା, କଳ୍ପନା ମହାନ୍ତି, ଚନ୍ଦ୍ରମଣୀ ଦାସ, ଡ଼ଃ.ପ୍ରଶାନ୍ତ ରାଉତ, ସୀତାକାନ୍ତ ମହାନ୍ତି, ତୃପ୍ତିରେଖା ପଣ୍ଡା, ରତ୍ନପ୍ରଭା ପଣ୍ଡା, ଡ଼ଃ.ହରପ୍ରିୟା ମହାପାତ୍ର,ସସ୍ମିତା ମହାନ୍ତି, ପ୍ରାକ୍ନନ ଗ୍ରନ୍ଥାଗାରିକ ବଟକୃଷ୍ଣ ମହାପାତ୍ର,ବିଜୟ ସାହୁ ପ୍ରମୁଖ କର୍ମମୟ ଜୀବନର ଅନୁଭୂତି ବର୍ଣ୍ଣନା କରିଥିଲେ । ପ୍ରାକ୍ତନ କର୍ମଚାରୀ ରାଜେନ୍ଦ୍ର କୁମାର ଦାସ, ଜଗବନ୍ଧୁ ମୁଦୁଲୀ, ଦେବେନ୍ଦ୍ରନାଥ ମିଶ୍ର, ରାଜକିଶୋର ପଲେଇ, ସନାତନ ମଲିକ ପ୍ରମୁଖ ଯୋଗ ଦେଇଥିଲାବେଳେ ପ୍ରଧ୍ୟାପକ ପ୍ରମୋଦ କୁମାର ସାମଲ ଧନ୍ୟବାଦ ଅର୍ପଣ କରିଥିଲେ ।