Onn 3

କ୍ଷେତ୍ରମୋହନ ବିଦ୍ୟାପୀଠରେ ଭାଷା ,ସାହିତ୍ୟ ଓ ସୃଜନଶୀଳତା ଉତ୍ସବ

State

ନିଶ୍ଚିନ୍ତକୋଇଲି : କଟରପଡ଼ା ପଞ୍ଚାୟତ ସ୍ଥିତ କ୍ଷେତ୍ରମୋହନ ବିଦ୍ୟାପୀଠରେ ଭାଷା,ସାହିତ୍ୟ ଓ ସୃଜନଶୀଳତାର ଉତ୍ସବ ପ୍ରଧାନଶିକ୍ଷକ ରମେଶ ଚନ୍ଦ୍ର ସାହୁଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଛି । ଏଥ୍‌ôରେ ମୁଖ୍ୟ ଅତିଥି ଭାବେ ସମିତିସଭ୍ୟା ସ୍ୱାଗତିକା ନାୟକ ,ମୁଖ୍ୟବକ୍ତା ଭାବେ ପ୍ରାକ୍ତନ ପ୍ରଧାନଶିକ୍ଷକ ରବିନାରାୟଣ ସାହୁ ଯୋଗ ଦେଇ ଭାଷା,ସାହିତ୍ୟ ଓ ସୃଜନଶୀଳତା କ୍ଷେତ୍ରରେ ଛାତ୍ର ଛାତ୍ରୀମାନେ ଯୋଡ଼ିହୋଇ ଦକ୍ଷତା ବିକାଶ ଦିଗରେ ଭାଗୀଦାରୀ ଆହ୍ୱାନ ହୋଇଥିଲେ । ଶିକ୍ଷାବିତ୍ ରବୀନ୍ଦ୍ର ନାଥ ପଟ୍ଟନାୟକ, ସାହିତ୍ୟିକ ବିଷ୍ପୁଚରଣ ମିଶ୍ର, ଶୁଭଶ୍ରୀ ଷଢଙ୍ଗୀ ବିଚାରକ ଭାବେ ଯୋଗଦେଇଥିଲେ । ପ୍ରାରମ୍ଭରେ ଏନସିସି ଅଫିସର ମହେନ୍ଦ୍ର କୁମାର ଘଡ଼ାଇ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ।

ନବନ ଓ ଦଶମ ଶ୍ରେଣୀର ଛାତ୍ର ଛାତ୍ରୀମାନଙ୍କୁ ନେଇ ଚାରି ଗୋଟି କ୍ଲବ ମଧ୍ୟରେ ସର୍ବଶ୍ରେଷ୍ଠ କ୍ଲବ ଭାବେ ସାହିତ୍ୟ ସୃଜନୀ କ୍ଲବ ଶ୍ରେଷ୍ଠ ପୁରସ୍କାର ପାଇଥିବା ବେଳେ କୃତୀ ଛାତ୍ର ଛାତ୍ରୀମାନଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ପରିଚାଳନା କରିଥିଲାବେଳେ ଶିକ୍ଷକ ଜଗଦୀଶ କର ଧନ୍ୟବାଦ ଅର୍ପଣ କରିଥିଲେ ।