Photo For The News Of Sradhanjali

ଜିଜ୍ଞାସା ପାଠାଗାର ପକ୍ଷରୁ ମଧୁବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଓ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ

State

ଆଗରପଡ଼ା :ବନ୍ତବ୍ଲକ ରାମଚନ୍ଦ୍ରପୁର ପଂଚାୟତ ଅନ୍ତର୍ଗତ ନିମପଡ଼ା ସ୍ଥିତ ଜିଜ୍ଞାସା ପାଠାଗାର ପକ୍ଷରୁ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ବିଶିଷ୍ଠ ବ୍ୟକ୍ତି ବିଶେଷ ଙ୍କ ଦ୍ୱାରା ଉତ୍କଳଗୈାରବ ମଧୁସୂଦନ ଦାସଙ୍କୁ ଭକ୍ତିପୁତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯିବା ସହ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ସାମ୍ବାଦିକ ଜ୍ଞାନଦା କର ଶର୍ମାଙ୍କ ଅଧ୍ୟକ୍ଷତାରେ ଏହି ମହା ଜନନାୟକଙ୍କ ଫଟୋଚିତ୍ରରେ ଭକ୍ତିପୂତ ମାଲ୍ୟାର୍ପଣ କରାଯାଇ ତାଙ୍କର ଅମର ଆତ୍ମାର ସଦ୍‌ଗତି ନିମିତ୍ତ ଦୁଇମିନିଟି ନିରବ ପ୍ରାର୍ଥନା କରାଯାଇଥିଲା । ଅତିଥିଭାବେ ସମାଜସେବୀ ରବିନ୍ଦ୍ର ନାଥ ରାଉତ, ଶିକ୍ଷକ ସୁଭେନ୍ଦୁ ବିଶ୍ୱାଳ,ମହେଶ୍ୱର ମଲ୍ଲିକ,ପଦ୍ମନାଭ ନାୟକ, କଲ୍ୟାଣ ରାଉତରାୟ,ତରଣୀ ସେନ ବାରିକ ପ୍ରମୁଖ ଯୋଗଦେଇଥିଲେ । ଆଞ୍ଜୋଲିନା ବିଶ୍ୱାଳ,ମନିଷା ଜେନା,ସଂଜନା ଶଂଖୁଆ, ଅବିନାଶ ଦାସ,ପ୍ରଭୁପ୍ରସାଦ ଜେନା,ଶୁଭ୍ରାଂଶୁ ନାୟକ, ପ୍ରବଞ୍ଜନ ଶଂଖୁଆ,ରାଜଶେଖର ଶଂଖୁଆ,ସଂଦୀପ ବାରିକ,ଜ୍ୟୋତି ସଂଖୁଆ,ମୋନାଲିସା ବେହେରା,ଦିବ୍ୟରଂଜନ ବାରିକ,ଗୋପିନାଥ ମାଝୀ ଙ୍କ ସହ ଅନ୍ୟାନ୍ୟ ଛାତ୍ରଛାତ୍ରୀମାନେ ଜାତୀୟ ସଂଗୀତ ଗାନ କରିଥିଲେ ।