Onn 3

ବନ୍ଦ ହେଲା ହୀରାକୁଦର ୧୦ ଗେଟ୍, ୧୪ ଗେଟ୍ ଦେଇ ଜଳ ନିଷ୍କାସିତ

State

hirakud

ସମ୍ବଲପୁର : ହୀରାକୁଦ ଜଳଭଣ୍ଡାରର ୧୦ଟି ଗେଟ୍ ବନ୍ଦ ହୋଇଛି । ଫଳରେ ବର୍ତ୍ତମାନ ୧୪ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି । ଜଳଭଣ୍ଡାରର ବାମ ପାର୍ଶ୍ବରେ ୮ଟି ଏବଂ ଡାହାଣ ପାର୍ଶ୍ବରେ ୬ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଥିବା ଜଣାପଡିଛି ।

ଉଲ୍ଲେଖଯୋଗ୍ୟ ଯେ, ସୋମବାର ସକାଳ ୯ଟା ସୁଦ୍ଧା ଜଳଭଣ୍ଡାରର ଜଳସ୍ତର ୬୨୮.୩୯ ଫୁଟ ରହିଥିଲା । ପ୍ରତି ସେକେଣ୍ଡରେ ଜଳଭଣ୍ଡାର ମଧ୍ୟକୁ ୩ ଲକ୍ଷ ୩୫ ହଜାର ୬୪୬ କ୍ୟୁସେକ୍ ଜଳ ପ୍ରବେଶ କରୁଛି । ସେହିଭଳି ୪ ଲକ୍ଷ ୩୦ ହଜାର ୯୪୨ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି ।