Onn 3

ସାମ୍ନାକୁ ଆସିଲା ପରିଣୀତି –ରାଘବଙ୍କ ବାହାଘର ଫଟୋ

National & International

pho

ମୁମ୍ବାଇ: ସରିଲା ଚର୍ଚ୍ଚିତ କପଲଙ୍କ ବିବାହ  । ବଲିଉଡ୍ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ରାଘବ ଚଢାଙ୍କ ବିବାହ ସମ୍ପର୍ଣ୍ଣ ହୋଇଛି । ପଂଜାବୀ ରିତିନୀତିରେ ଉଦ୍ର ପୁରରେ ଦୁହିଁଙ୍କ ବିବାହ ସମ୍ପନ୍ନ ହୋଇଛି । ବଲିଉଡର ବହୁ ବଡ ବଡ କଳାକାର ଏବଂ କିଛି ରାଜନେତା ଏହି ବିବାହ ଉତ୍ସବରେ ସାମିଲ ହୋଇଥିଲେ । ବର୍ତ୍ତମାନ ଉଭ୍ୟଙ୍କ ଫଟୋ ସେସିଆଲ ମିଡିଆରେ ଭାଇରାଲ ହେଉଛି । ଯାହାକୁ ତାଙ୍କ ଫ୍ୟାନ୍ସ ମାନେ ଅପେକ୍ଷା କରି ରହିଥିଲେ । ଏହି ଫଟୋରେ ଉଭ୍ୟ କ୍ରିମ ରଙ୍ଗର ପୋଷାକ ପିନ୍ଧିଛନ୍ତି । ମନୀଷ ମଲହୋତ୍ରାଙ୍କ ଦ୍ୱାରା ଡିଜାଇନ ହୋଇଥିଲା ଲେହେଙ୍ଗା । ପରିଣିତି କ୍ରିମ ରଙ୍ଗର ଲେହେଙ୍ଗାରେ ମ୍ୟାଜିଙ୍ଗ୍ ଅଳଙ୍କାର ପିନ୍ଧିଥିବା ବେଳେ ରାଘବ ମଧ୍ୟ ପିଙ୍କ୍ ରଙ୍ଗର ସୁଟ୍ ପିନ୍ଧି ବେଶ୍ ଚମତ୍କାର ଦିଶୁଥିଲେ । ଫ୍ୟାନ୍ସ ମାନେ ଦୁହିଁଙ୍କ ଫଟୋକୁ ବହୁତ ପସନ୍ଦ କରିବା ସହ ଉଭ୍ରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି  ।

ସେପଟେ ପରିଣିତି ମଧ୍ୟ ଏକ ତାଙ୍କ ଇନଷ୍ଟା ଆକାଉଣ୍ଟରେ ନିଜ ବିବାହ ଫଟୋ ପୋଷ୍ଟ କରିଛନ୍ତି । ଏବଂ ଲେଖିଛନ୍ତି ବ୍ରେକଫାଷ୍ଟ ଟେବୁଲରେ ଆମେ କଥା ଆରମ୍ଭ କରିଥିଲୁ, ଆମ ହୃଦୟକୁ ଏ ବିଷୟରେ ଜଣାଥିଲା । ଆମେ ଏହି ଦିନକୁ ବହୁତ ସମୟରୁ ଅପେକ୍ଷା କରିଥିଲୁ । ମିଷ୍ଟର ଏବଂ ମିଷ୍ଟ୍ରେସ ହୋଇଥିବାରୁ ଆମେ ବହୁତ ଖୁସି । ଆମେ ପରସ୍ପର ବିନା ବଞ୍ଚିପାରିବୁ ନାହିଁ ଏବଂ ଆମ ଫରେଭର ଏବେ ଆରମ୍ଭ ହୋଇଛି । ତାଙ୍କ ବିବାହକୁ ‘ପଞ୍ଜାବୀ ୱେଡିଙ୍ଗ ଅଫ ଦ ଇୟର’ କୁହାଯାଉଛି। ଉଦୟପୁରର ଲୀଲା ପ୍ୟାଲେସରେ ଏହି ସୁନ୍ଦର ଦମ୍ପତିଙ୍କ ବିବାହ ଅନୁଷ୍ଠିତ ହୋଇଥିଲା ।