Sdf

ବନ୍ତ ତହସିଲରେ ଅତିରିକ୍ତ ତହସିଲଦାରଙ୍କ ଯୋଗଦାନ

State

ଆଗରପଡ଼ା :ଶନିବାର ବନ୍ତ ତହିଲରେ ଅତିରିକ୍ତ ତହସିଲଦାର ଭାବେ ପ୍ରଶାନ୍ତ ପୁହାଣ ଯୋଗଦେଇଛନ୍ତି । ସେ ଏହାପୁର୍ବରୁ ବାଲେଶ୍ୱର ଜିଲ୍ଲା ଖଇରା ରେଜେଷ୍ଟ୍ରୀ ଅଫିସରେ ରେଜିଷ୍ଟର ଭାବେ କାର୍ଯ୍ୟ କରୁଥିଲେ । ବନ୍ତରେ ଥିବା ଅତିରିକ୍ତ ତହସିଲଦାର ବିନିତା ରାଣୀ କିସ୍କୁଙ୍କ ମୟୁରଭଂଜ ଜିଲ୍ଲା ବଡ଼ସାହି ତହସିଲକୁ ବଦଳିପରେ ଦୀର୍ଘ ୫ମାସ ହେବ ଉକ୍ତ ପଦବୀ ଖାଲି ପଡ଼ିଥିଲା । ଜଣେ ତହସିଲଦାରଙ୍କ ଦ୍ୱାରା ଦୁଇଟି କାର୍ଯ୍ୟାଳୟରେ ବିଭିନ୍ନ କାର୍ଯ୍ୟ ସଂପାଦନରେ ସମସ୍ୟା ଉପୁଜୁଥିଲା । ଶ୍ରୀଯୁକ୍ତ ପୁହାଣ ଯୋଗଦାନ ପରେ ବିଭିନ୍ନ କାର୍ଯ୍ୟର ସୁଚାରୁରୁପେ ସଂପାଦନା ହାଇପାରିବ ବୋଲି ଜନସାଧାରଣ ଆଶା ବ୍ୟକ୍ତ କରିଛନ୍ତି ।