Onn 3

ପୀର ବାବାଙ୍କ ବାର୍ଷିକ ଉତ୍ସବରେ ଭାଇଚାରା ସୁଦୃଢ ପାଇଁ ପ୍ରାର୍ଥନା

State

ନିଶ୍ଚିନ୍ତକୋଇଲି : ଅସୁରେଶ୍ୱର ଜାମା ମସଜିଦ୍ ପ୍ରାଙ୍ଗଣରେ ହିନ୍ଦୁ ମୁସଲମାନଙ୍କ ଭାଇଚାରା ସୁଦୃଢ ପାଇଁ ସମୂହ ପ୍ରାର୍ଥନା କରାଯାଇଛି । ଭାରତ ତଥା ରାଜ୍ୟରେ ଲୋକମାନଙ୍କ ମଧ୍ୟରେ ଶାନ୍ତି, ସୁଖ,ସମୃଦ୍ଧି କାମନା କରାଯିବା ସହିତ ମହାନ୍ ପୁରୁଷ ପୀରବାବାଙ୍କ ବିଭିନ୍ନ ମହତ ବାଣୀ ସମ୍ପର୍କରେ ଆଲୋଚନା କରାଯାଇ ତାଙ୍କର ଉପଦେଶକୁ ମାନିବା ସହିତ ଦେଶପ୍ରେମବର୍ତ୍ତୀ ହେବାକୁ ଆହ୍ୱାନ ଦିଆଯାଇଛି । ସମାଜସେବୀ ମିର୍ଜା ସମିମ୍ ବେଗ, ସେକ ଜାକିରୁଦ୍ଦିନ୍ ଓ ସେକ୍ ଲିୟାକୁଦ୍ଦିନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମରେ ମୌଲାନ ଗୁଲାବ ରବାନୀ, ମୌଲାନା ଫୟାଜ୍‌, ମୌଲାନା ଆସିକ୍ ଅଲ୍ଲୀ, ମୌଲାନା ଅକତର ରାଜା,ମୌଲାନା ସାବିରୁଲ କାଦିନ୍ ପ୍ରମୁଖ ଯୋଗ ଦେଇ ପୀରବାବାଙ୍କ ମାନବ ସମାଜ ଉଦ୍ଦେଶ୍ୟରେ ପ୍ରବର୍ତ୍ତନ କରିଥିବା ବହୁ ଉପଦେଶାତ୍ମକ ବାର୍ତ୍ତା ସଂକ୍ରାନ୍ତରେ ଆଲୋଚନା କରିଥିଲେ ।

ହଜାର ହଜାର ପୀରବାବାଙ୍କ ଅନୁଗାମୀ ମୁସଲମାନ ମାନେ ଏଥ୍‌ôରେ ଯୋଗ ଦେଇ ଧର୍ମ ଆଲୋଚନାରେ ଅଂଶ ଗ୍ରହଣ କରିବା ସହିତ ସମୂହ ନମାଜ ପାଠ ଓ ସମୂହ ଭୋଜନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସରପଞ୍ଚ ଚିତ୍ତରଂଜନ ମଲିକ ଏବଂ ଅସୁରେଶ୍ୱର ସେବା ସମିତିର ସଭାପତି ମନୋରଂଜନ ଭୂୟାଁ ଯୋଗ ଦେଇ ଉତ୍ସାହିତ କରିଥିବାବେଳେ ହନିଫ ଖାଁ, ସେଫ ରଫିକ ଖାଁ,ମିର୍ଜା ନସିମ ବେଗ,ମିର୍ଜା କାସିମ୍ ବେଗ,ସେକ ହବୋ,ସକେ ସୁଜାତା ଅଲ୍ଲୀ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ଏହି ଉତ୍ସବରେ ପାରସାହିଲୋ, ମଧୁବନ,ଗୋପାଳପୁର,ବାହାବଳପୁର,ଅସୁରେଶ୍ୱର ଓ କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରୁ ବହୁ ଇସଲାମଧର୍ମୀମାନେ ଯୋଗ ଦେଇଥିଲେ ।

Pira Baba Nka Barsika Usaba