Onn 3

ଭେଙ୍କେଟେଶ୍ୱର ବିଦ୍ୟାଳୟରେ ବିଜ୍ଞାନ, ଚିତ୍ର ଓ ହସ୍ତକଳା ପ୍ରଦର୍ଶନି ଉତ୍ସବ-୨୦୨୪ ପାଳିତ

State

ବାରିପଦା: ବାରିପଦା ସ୍ଥିତ ସ୍ୱରୁପନଗର ଠାରେ ଭେଙ୍କେଟେଶ୍ୱର ବିଦ୍ୟାଳୟ ପରିସରରେ ତା.୨୫/୦୧/୨୦୨୪ରିଖ ଗୁରୁବାର ଦିନ ବିଦ୍ୟାଳୟର ଅଧ୍ୟକ୍ଷା ବିଜୟଲକ୍ଷ୍ମୀ ସେନାପତିଙ୍କ ପୌରହିତ୍ୟରେ ବିଜ୍ଞାନ, ଚିତ୍ର ଓ ହସ୍ତକଳା ପ୍ରଦର୍ଶନି ଉତ୍ସବ-୨୦୨୪ ଆୟୋଜିତ ହୋଇଯାଇଛି । ଏହି ପ୍ରଦର୍ଶନୀରେ ଡ.ସୋରଜ ନାଏକ (ଆସିଷ୍ଟାଣ୍ଟ ପ୍ରୋଫେସର ୟୁ.ଜି.ସି.ଟି.ଇ.) ଏବଂ କଣ୍ଟାପଡା ସରକାରୀ ହାଇସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଅମିତାଭ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଅନୁଷ୍ଠାନର ଟ୍ରଷ୍ଟି ଶୁଭ୍ରାନ୍ତି ମହାନ୍ତି, ନିର୍ଦ୍ଦେଶକ ସ୍ୱରୂପ ରଞ୍ଜନ ଦାସ, ସୌମେନକାନ୍ତି ମହାନ୍ତି, ଅମିତ କୁମାର ବେହେରା, ସଂଯୋଜକ ସାନ୍ତନୁ ସିଂହ ଓ ଉପଦେଷ୍ଠା ଦିପାୟନ ସେନ୍‌, କୃତି ଛାତ୍ର ଛାତ୍ରୀମାନଙ୍କୁ ଉତ୍ସାହିତ କରିବା ସହିତ ଆଧୁନିକ ବିଜ୍ଞାନ ଓ ଉଚ୍ଚ କୋଟୀର କଳା ପ୍ରଦର୍ଶନି ପାଇଁ ଭୂୟସୀ ପ୍ରସଂଶା କରିଥିଲେ ।

ଛାତ୍ର ଛାତ୍ରୀମାନଙ୍କ ବୈଜ୍ଞାନିକ ମନୋଭାବ ଓ ହସ୍ତକଳା ଓ ଚିତ୍ର ଶିଳ୍ପର ନମୁନା ଅଙ୍କନ ଓ ନିର୍ମାଣ ଶୈଳିକୁ ଦେଖି ସ୍ତମ୍ଭିଭୁତ ହୋଇଥିଲେ ଏବଂ ତାଙ୍କର ଭାଷଣରେ ଭେଙ୍କେଟେଶ୍ୱର ଛାତ୍ର ଛାତ୍ରୀଙ୍କର ଭବିଷ୍ୟତ ଅତ୍ୟନ୍ତ ଉଜ୍ଜଳ ଓ ସୁନ୍ଦର ପ୍ରସାର ହେବ ଓ ଦେଶର ଭବିଷ୍ୟତକୁ ପ୍ରତିଭାବାନ୍ ଛାତ୍ର ଛାତ୍ରୀମାନେ ପ୍ରତିଭା ମାଧ୍ୟମରେ ବହୁ ଆଗକୁ ନେବେ ବୋଲି ବକ୍ତବ୍ୟ ରଖିଥିଲେ । ଶେଷରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ସହଯୋଗ ଓ ସହାୟତାକୁ ପ୍ରସଂଶା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।