Onn 3

ମୟୂରଭଞ୍ଜରେ ୧୪ ତମ ଜାତୀୟ ମତଦାନ ଦିବସ ପାଳିତ

State

ବାରିପଦା: ଭାରତ ନିର୍ବାଚନ ଆୟୋଗର ପ୍ରତିଷ୍ଠା ଦିବସ ପାଳନ ଅବସରରେ ଆଜି ସମଗ୍ର ଦେଶରେ ୧୪ତମ ଜାତୀୟ ଭୋଟର ଦିବସ ପାଳିତ ହେଉଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ଦିନ ମୟୂରଭଞ୍ଜ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ସଭା ସହିତ ନୂତନ ଭୋଟରମାନଙ୍କୁ ନେଇ ଏକ ୱାକାଥାନ ରାଲି ଆୟୋଜନ କରା ଯାଇଥିଲା। ଜିଲ୍ଲାପାଳ ଶ୍ରୀ ବିନୀତ ଭରଦ୍ୱାଜ ସବୁଜ ପତାକା ଦେଖାଇ ଏହି ରାଲିକୁ ଉଦ୍ଘାଟନ କରିଥିଲେ। ଏଠି ସହିତ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ଭରଦ୍ୱାଜ, ଉପସ୍ଥିତ ସମସ୍ତ ଅଧିକାରୀ, ମହାବିଦ୍ୟାଳୟ ଛାତ୍ର ଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ବରିଷ୍ଠ ନାଗରିକ ମାନଙ୍କୁ ଭୋଟର ଦିବସର ଶପଥ ପାଠ କରାଇଥିଲେ।ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିଆ ଏହି କାର୍ଯ୍ୟକ୍ରମରେ ୧୮ ବର୍ଷ ହୋଇଥିବା ନୂତନ ଭୋଟରମାନଙ୍କୁ ଜିଲ୍ଲାପାଳ ଶ୍ରୀ ଭରଦ୍ୱାଜ ସେମାନଙ୍କ ପରିଚୟ ପତ୍ର ପ୍ରଦାନ କରାଯାଇଥିଲା। ଏହି ଅବସରରେ ଜିଲ୍ଲାସ୍ତରୀୟ ଅଧିକାରୀ , ବିଭିନ୍ନ ବୁଥ ସ୍ତରୀୟ ଅଧିକାରୀ , ଜନସାଧାରଣ ଓ ନୂତନ ଭୋଟର ଗଣତନ୍ତ୍ରର ସୁରକ୍ଷା କରିବା ଦିଗରେ ସକ୍ରିୟ ଯୋଗଦାନ କରିବା ନେଇ ଶପଥ ପାଠ କରିଥିଲେ । ବୁଥସ୍ତରରେ ଭୋଟର ତାଲିକା ପ୍ରସ୍ତୁତି ଓ ଅନ୍ୟାନ୍ୟ ମତଦାତା ସମ୍ପର୍କିତ କାର୍ଯ୍ୟରେ ଅଭୂତପୂର୍ବ ସଫଳତା ଆଣିଦେଇଥିବା ବିଭିନ୍ନ ଅଧିକାରୀଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଇତ୍ୟବସରରେ ଜିଲ୍ଲାପାଳ ଶ୍ରୀ ଭରଦ୍ୱାଜ ଦେଶର ଗଣତାନ୍ତ୍ରିକ ପରମ୍ପରାର ମର୍ଯ୍ୟାଦା ବଜାୟ ରଖି ମୁକ୍ତ, ଅବାଧ, ନିର୍ଭିକ ହୋଇ ପ୍ରତ୍ୟେକ ନିର୍ବାଚନରେ ନିଜ ମତାଧିକାର ପ୍ରଦାନ କରିବାକୁ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ।

ଏହି ପରିପ୍ରେକ୍ଷୀରେ ମୁଖ୍ୟ ନିର୍ବାଚନ କମିଶନର ଶ୍ରୀ ରାଜୀବ କୁମାର ଆଭାସୀ ବାର୍ତା ମାଧ୍ୟମରେ କହିଥିଲେ ଯେ,”ଏକ ଶକ୍ତିଶାଳୀ ଗଣତନ୍ତ୍ରର ମୂଳଦୁଆରେ ମତଦାତାମାନେ ବଡ଼ ଭୂମିକା ଥାଏ। ତେଣୁ ଗଣତନ୍ତ୍ରର ମହାନ ପର୍ବରେ ଯେପରି ପ୍ରତିଟି ନାଗରିକ ସାମିଲ ହେବେ ଏବଂ ନିଜ ପସନ୍ଦର ନେତା ବାଛିବେ, ସେଥିପାଇଁ ଲୋକଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ଜାତୀୟ ମତଦାତା ଦିବସ ପାଳନ କରାଯାଏ।ଏହି ଦିବସ ପାଳନର ଉଦ୍ଦେଶ୍ୟ ଗଣତାନ୍ତ୍ରୀକ ନିର୍ବଚନ ପ୍ରକ୍ରିୟାରେ ସାଧାରଣ ନାଗରିକ ବିଶେଷ କରି ଯୁବବର୍ଗର ଭୋଟରଙ୍କୁ ଅଧିକରୁ ଅଧିକ ସଂଖ୍ୟାରେ ସକ୍ରିୟ ଅଂଶଗ୍ରହଣକୁ ଉତ୍ସାହିତ କରିବା ଆମର ଉଦ୍ଦେଶ୍ୟ।” ।ଏହି ଅବସରରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗୀତାର କୃତ୍ତିତ୍ବ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ଏହି ଅବସରରେ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଶ୍ରୀ ଅକ୍ଷୟ ସୁନୀଲ ଅଗ୍ରୱାଲ , ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ, ଶ୍ରୀ ରଜନୀକାନ୍ତ ସ୍ୱାଇଁ ଙ୍କ ସମେତ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ନେତ୍ରାନନ୍ଦ ମଲ୍ଲିକ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଅଭିମନ୍ୟୁ ବେହେରା , ଅତିରିକ୍ତ ଜିଲ୍ଲାପାଳ ରାଇରଙ୍ଗପୁର, ଶ୍ରୀ ଦୌଲତ ଚନ୍ଦ୍ରକାର , ବାରିପଦା ଉପଜିଲ୍ଲାପାଳ ଶ୍ରୀ ଈଶ୍ବର ଚନ୍ଦ୍ର ନାୟକ, ବାରିପଦା ଡେପୁଟି କଲେକ୍ଟର (ଇଲେକ୍ସନ), ଶ୍ରୀ ଦୁର୍ଗା ଚରଣ ମୁର୍ମୁ, ଡେପୁଟି କଲେକ୍ଟର, ଶ୍ରୀ ବିଶ୍ୱଜିତ ପଣ୍ଡା, ଡେପୁଟି କଲେକ୍ଟର, ଶୁଭଙ୍କରୀ ସୁଦେସ୍ନା ଦାଶ, ଡେପୁଟି କଲେକ୍ଟର, ସୁଶ୍ରୀ ଶ୍ରଦ୍ଧା ସୁମନ, ବାରିପଦା ଡେପୁଟି କଲେକ୍ଟର, ଶ୍ରୀ ଅନିଲ କୁମାର ମହାନ୍ତି, ବାରିପଦା ସହକାରୀ ଜିଲ୍ଲାପାଳ, ଶ୍ରୀ ନିହାର ରଞ୍ଜନ ଦାସଙ୍କ ସମେତ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଅବିନାଶ ପାଣି, ଜିଲ୍ଲା ମୁଖ୍ୟ ନିର୍ବାଚନ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଏବଂ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି ମାନେ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମ କୁ ସଫଳ କରିଥିଲେ ।