Order Decree Judgement 1

ନାବାଳିକା ଅପହରଣ ଏବଂ ଦୁଷ୍କର୍ମ ମମାଲାରେ ଅଭିଯୁକ୍ତ କୁ ୨୩ ବର୍ଷ ସଶ୍ରମ କାରାଦଣ୍ଡ ସମେତ ଜୋରିମାନା

State

ବାରିପଦା: ମୟୁରଭଞ ଜିଲା ବୈଶିଙ୍ଘା ଥାନା ଅଞ୍ଚଳରେ ୨୦୧୮ ମସିହାରେ ଘଟିଥିବା ଏକ ନାବାଳିକା ଅପହରଣ ଏବଂ ଦୁଷ୍କର୍ମ ଅଭିଯୋଗ ସଂକ୍ରାନ୍ତ ଏକ ମାମଲାର ବିଚାର କରି ସ୍ଥାନୀୟ ଅତିରିକ୍ତ ଜିଲା ଓ ଦୈାରାଜଜ୍ ତଥା ବାରିପଦା ସ୍ପେଶିଆଲ କୋର୍ଟ ଆଣ୍ଡର ପକ୍ସୋ ଆକ୍ଟ ର ମାନ୍ୟବର ବିଚାରପତି ସୁମିତା ଜେନା ଅଭିଯୁକ୍ତ ଉକ୍ତ ଥାନା ଅନ୍ତର୍ଗତ ସାତପଉଟିଆ ଗ୍ରାମର ଗୁରବା ସିଂ ଙ୍କ ପୁଅ ଚନ୍ଦନ ସିଂ (୨୫) କୁ ଦୋଷୀ ସାବ୍ୟସ୍ତ କରବା ସହିତ ଭାରତୀୟ ପିଙ୍ଗଳ କୋର୍ଡ ଦଫା ୩୭୬ (୩) ଅନୁଯାୟୀ ୨୦ ବର୍ଷ ସଶ୍ରମ ଜେଲଦଣ୍ଡ ସମେତ ୧୦ ହଜାର ଟଙ୍କା ଜୋରିମାନା ଅନାଦେୟ ଅଧିକ ତିନି ମାସ ସଶ୍ରମ କାରାଦଣ୍ଡ ରେ ଦଣ୍ଡିତ କରିଛନ୍ତି । ସେହିପରି ଦଫା ୩୬୩ ଅନୁଯାୟୀ ତିନି ନର୍ଷ ସଶ୍ରମ କାରାଦଣ୍ଡ ସମେତ ତିନି ହଜାର ଟଙ୍କା ଜୋରିମାନା ଅନାଦେୟ ଅଧିକ ଏକ ମାସ ସଶ୍ରମ କାରାଦଣ୍ଡ ରେ ଦଣ୍ଡିତ କରିଛନ୍ତି । ଏ ସମସ୍ତ ଦଣ୍ଡାଦେଶ ଏକ କାଳୀନ ଲାଗୁ କରିବା ପାଇଁ ରାୟରେ ଉଲେଖ କରାଯାଇଅଛି । ନାବାଳିକା ପିଡୀତା ର ଥାନାରେ ଲିଖିତ ଅଭିଯୋଗ ଅନୁଯାୟୀ ୨୫-୬-୨୦୧୮ ସୋମବାର ଦିନ ନାବାଳିକା ଜଣକ ଭାଲୁବସା ଗ୍ରମକୁ ତାର ପିଉସୀ ଙ୍କ ଘରକୁ ବୁଲିବାକୁ ଯାଇଥିଲା । ୨୭-୬-୨୦୧୮ ରିଖ ଦିନ ପାଖାପାଖି ୩ ଟା ସମୟରେ ଅଭିଯୁକ୍ତ ଚନ୍ଦନ ନାବାଳିକା କୁ ହାଟକୁ ବୁଲିଯିବାକୁ କହି ସାଇକେଲରେ ବସାଇ ଡାକିନେଇଥିଲା ।

ମାତ୍ର ଅଭିଯୁକ୍ତ ନାବଳିକା କୁ ଘରକୁ ଫେରାଇ ନ ଆଣି ରୂପସା ରେ ଥିବା ତାର ବଡମା ଘରକୁ ତାକୁ ନେଇଯାଇଥିଲା । ସେଠାରେ ନାବାଳିକା ସହିତ ଅଭିଯୁକ୍ତ ଚନ୍ଦନ ରାତ୍ରୀ ରେ ଜୋର ଜବରଦସ୍ତ ଦୁଷ୍କର୍ମ କରିଥିଲା । ତହିଁ ପରଦିନ ସକାଳୁ ଅଭିଯୁକ୍ତ ମୋବାଇଲ ଫୋନ କୁ ଚାର୍ଯ ରେ ବସାଇ ବାହାରକୁ ଯାଇଥିବା ସମୟରେ ନାବାଳିକା ଅଭିଯୁକ୍ତ ର ମୋବାଇଲ ରେ ତାର ଭେଣେଇ କୁ ଫୋନ କରି ସବୁକଥା କହିବା ସହ ତାକୁ ସେଠାରୁ ନେଇଯିବାକୁ ଅନୁରୋଧ କରିଥିଲା । ଏହାପରେ ନାବାଳିକାର ଭେଣେଇ ଏବଂ ତାର ଭାଇ ସେଠାକୁ ଯାଇ ନାବାଳିକା କୂ ଘରକୁ ନେଇ ଆସିଥିଲେ । ଏ ବାବଦରେ ଥାନାରେ ପିଡୀତା ନାବାଳିକାର ବୈଶିଙ୍ଘା ଥାନାରେ ଲିଖିତ ଅଭିଯୋଗ ଅନୁଯାୟୀ କେସ ନମ୍ବର ୧୧୮/୨୯-୬-୨୦୧୮ ରେ ଏକ ମାମଲା ରୁଜୁ କରିବା ସହିତ ପୋଲିସ ଘଟଣାର ଅନୁସନ୍ଧାନ କରି ଆସାମୀ କୁ ଉକ୍ତ ଦିନ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଆସାମୀ ଉକ୍ତ ଦିନ ପାଖରୁ ରାୟ ପ୍ରକାଶ ପାଇବା ଦିନ ପର୍ଯ୍ୟନ୍ତ ଗିରଫ ହୋଇ ବାରିପଦା ସର୍କଲ ଜେଲ ରେ ବିଚାରାଧିନ କଏଦୀ ଭାବେ ଅଛି । ଆଜି ମାନ୍ୟବର ଅଦାଲତ ପକ୍ଷରୁ ସମସ୍ତ ୧୩ ଜଣ ସାକ୍ଷୀ ଏବଂ ଆବଶ୍ୟକୀୟ ପ୍ରମାଣପତ୍ର କୁ ଭିତ୍ତି କରି ଚୁଡାନ୍ତ ରାୟ ପ୍ରକାଶ କରାଯାଇଅଛି । ଏଥି ସହିତ ଦୁଷ୍କର୍ମ ର ଶୀକାର ହୋଇଥିବା ପୀଡିତା କୁ କ୍ଷତି ପୂରଣ ବାବଦରେ ଚାରି ଲକ୍ଷ ଟଙ୍କା ଜିଲା ଆଇନ ସେବା ସହାୟତା କତ୍ତୃପକ୍ଷ ଙ୍କୁ ପୈଠ କରିବା ପାଇଁ ଅଦାଲତ ପକ୍ଷରୁ ନର୍ଦ୍ଧେଶ ଦିଆଯାଇଅଛି । ଉକ୍ତ କେସକୁ ସରକାର ଙ୍କ ପକ୍ଷରୁ ସ୍ୱତନ୍ତ୍ର ପି ପି ଅଭିନ୍ନ କୁମାର ପଟ୍ଟନାୟକ ପରିଚାଳନା କରୁଥିଲେ ।