Onn 3

ଗୋପିନାଥଜୀଉ ବିଦ୍ୟାଳୟ ବାର୍ଷିକ କ୍ରୀଡ଼ା ଉତ୍ସବ

State

ଆଗରପଡ଼ା :ବନ୍ତ ବ୍ଲକ ଗୋପିନାଥପୁର ପଂଚାୟତ ଅନ୍ତର୍ଗତ ଗୋପିନାଥଜୀଉ ବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ଉତ୍ସବ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ ନନ୍ଦଙ୍କ ସଭାପତିତ୍ୱରେ ଆୟୋଜିତ କ୍ରୀଡ଼ା ଉତ୍ସବରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ପ୍ରଫୁଲ୍ଲ ସାମଲ,ମୁଖ୍ୟ ବକ୍ତା ଭାବେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ଶଶି ଶେଖର କରଶର୍ମା,ସମ୍ମାନିତ ଅତିଥ ôଭାବେ ଜିଲ୍ଲା ପରିଷଦ ସଭାପତି ପ୍ରଫୁଲ୍ଲ ଜେନା, ବନ୍ତ ବ୍ଲକ ଅଧ୍ୟକ୍ଷ ମନୋରଜଂନ ଘଡ଼େଇ,ଆଗରପଡ଼ା ମହାବିଦ୍ୟାଳୟ ପରିଚାଳନା କମିଟି ସଭାପତି ତଥା ପୁରୁଷଣ୍ଢ ସେବାସମବାୟ ସମିତି ସଭାପତି ପ୍ରଶାନ୍ତ ଦାଶ,ସ୍ଥାନୀୟ ସରପଂଚ ସବିତା ରାଣୀ ନାୟକ,ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଗୋବିନ୍ଦ ଚନ୍ଦ୍ର ସାହୁ ପ୍ରମୁଖ ଯୋଗଦେଇ ଶିକ୍ଷା କ୍ଷେତ୍ରରେ କ୍ରୀଡ଼ାର ମହତ୍ତ୍ୱ ଉପରେ ଆଲୋକପାତ କରିଥିଲେ । ପ୍ରାରମ୍ଭରେ ଶିକ୍ଷକ ମିହିର ଆଚାର୍ଯ୍ୟଙ୍କ ଦ୍ୱାରା ବେଦପାଠ ଓ ବିଭିନ୍ନ ପ୍ରତିଭାଧାରୀ ବ୍ୟକ୍ତିଙ୍କ ମାନପତ୍ର ପଠନ କରାଯାଇଥିଲା । ଶିକ୍ଷକ ଅନନ୍ତ ଯେନା ଅତିଥି ପରିଚୟ, ଶିକ୍ଷକ ଅମରେନ୍ଦ୍ର ପାଣିଗ୍ରାହୀ ବାର୍ଷିକ ବିବରଣୀ ଓ କ୍ରୀଡ଼ା ଶିକ୍ଷକ ବଳଭଦ୍ର କିଙ୍କର ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।

ଏହି ଅବସରରେ ଗୋପିନାଥପୁର ଗ୍ରାମର ଅବସରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ ପୂର୍ଣ୍ଣଚନ୍ଦ୍ର ରାୟ ତାଙ୍କ ପିତା ସ୍ୱର୍ଗତ ନାରାୟଣ ଚନ୍ଦ୍ର ରାୟଙ୍କ ସ୍ମୃତି ଉଦ୍ଦେଶ୍ୟରେ ୨୦୨୩-୨୪ ଶିକ୍ଷାବର୍ଷର ‘ଶ୍ରେଷ୍ଠ ଛାତ୍ର’୧୦ ଶ୍ରେଣୀ ଛାତ୍ରୀ ସୃଶ୍ରି ପ୍ରିୟା ପ୍ରଜକ୍ତା ଦାସଙ୍କୁ ଟ୍ରଫି ଓ ମାନପତ୍ର ଦେଇ ସମ୍ମାନୀତ କରିଥିଲେ । ଆୟୋଜିତ କାର୍ଯ୍ୟକ୍ରମକୁ ଶିକ୍ଷକ ରବିନ୍ଦ୍ର ଦାସ, ଉମାଶଙ୍କର ମହାପାତ୍ର, ଶିକ୍ଷୟିତ୍ରୀ ବୀଣାପାଣୀ ପାଲ, କର୍ମଚାରୀ ପ୍ରଦୀପ ଜେନା, ପ୍ରଦୀପ ମହାନ୍ତି, ମହେଶ୍ୱର ଜେନା, ବିଜୟ ପଣ୍ଡା ଓ ପ୍ରିୟବ୍ରତ ଜେନାଙ୍କ ସମେତ ପରିଚାଳନା କମିଟିର ସମସ୍ତ ସଭ୍ୟସଭ୍ୟା ଉପସ୍ଥିତ ରହି ସହଯୋଗ କରିଥିଲେ ।