Onn 3

ନୂଆ-ଓ ସାଂସ୍କୃତିକ ପ୍ରତିଯୋଗିତା ଉଦ୍‌ଘାଟିତ

State

ଆଗରପଡ଼ା :ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଓ ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରସାର ପରିପ୍ରେକ୍ଷୀରେ ଆଗରପଡ଼ା ମହାବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ,ଆଗରପଡ଼ାରେ “ନୂଆ-ଓ” ସାଂସ୍କୃତିକ ପ୍ରତିଯୋଗିତାର ଉଦ୍‌ଘାଟନୀ ଉତ୍ସବ କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବିଶିଷ୍ଟ ଶିକ୍ଷାବିତ ତଥା ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷା ଡ଼ଃ ଚପଳା ନାୟକ ଅତିଥି ଭାବେ ଯୋଗ ଦେଇ ଓଡ଼ିଆ ଭାଷାକୁ ଋଦ୍ଧିମନ୍ତ କରିବା ପାଇଁ ସମସ୍ତେ ପ୍ରୟାସ କରିବାକୁ ପରାମର୍ଶ ଦେବା ସହ ଏହି କଲେଜର ସ୍ୱତନ୍ତ୍ରତା ସମ୍ପର୍କରେ ଆଲୋଚନା କରିଥିଲେ । ପରିଚାଳନା କମିଟି ସଭାପତି ପ୍ରଶାନ୍ତ ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ଅଧ୍ୟକ୍ଷ ନାରାୟଣ ଚନ୍ଦ୍ର ପାତ୍ର,ଅଧ୍ୟାପକ ବିକାଶ ମହାପାତ୍ର,ପ୍ରୋଗ୍ରାମ ନୋଡ଼ାଲ ଅଫିସର ଅଧ୍ୟାପିକା ପ୍ରେମଲତା ଦାଶ,ଅନ୍ୟତମ ନୋଡ଼ାଲ ଅଫିସର ଡ଼ଃ ଅଧ୍ୟାପକ ହରିହର ଦାସ ପ୍ରମୁଖ ଯୋଗଦେଇଥିଲେ ।

ଏହି ଅବସରରେ ବାଳିକା ଆତ୍ମରକ୍ଷା କୌଶଳପ୍ରାପ୍ତ ଛାତ୍ରୀଙ୍କୁ ପ୍ରମାଣ ପତ୍ର ବଣ୍ଟନ କରାଯାଇଥିଲା । ଅଧ୍ୟାପକ ତାରାକାନ୍ତ ମଲ୍ଲିକ,ନାରାୟଣ ପୁରୀ,ବିଜୟ ଷେଣ୍ଢ ,ରାଜେନ୍ଦ୍ର ପାଣିଗ୍ରାହୀ,ଅରବିନ୍ଦ ଦାସ,ପବିତ୍ର ଦାସ,ନିରଜଂନ ପାଲ,ଚୈତନ୍ୟ ତରିଆ,ଗଙ୍ଗାଧର ଦାସ, ଅଧ୍ୟାପିକା ସାବିତ୍ରୀ ମଂଜରୀ ଦାଶ,ସ୍ୱୟଂସିଦ୍ଧା ମିଶ୍ରଙ୍କ ସମେତ ବିଜୟ ଦାସ ପ୍ରମୁଖ ଏହି ଦିବସବ୍ୟାପୀ କାର୍ଯ୍ୟକ୍ରମେ ପରିଚାଳନାରେ ସହଯୋଗ କରିଥିଲେ । ପରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ନୃତ୍ୟ ଓ ସଙ୍ଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।