ଯାଜପୁର : ଷ୍ଟୁଡ଼ିଓ ମାଲିକଙ୍କୁ ବିଭତ୍ସ ଭାବେ ହାଣି ହତ୍ୟା । ଯାଜପୁର ରୋଡ ଥାନା ସୋବରାରେଏହି ବିଭତ୍ସ୍ୟ ହତ୍ୟାକାଣ୍ଡ ଘଟିଥିବା ଜଣାପଡ଼ିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି କ୍ଷତାକ୍ତ ମୃତଦେହକୁ ଉଦ୍ଧାର କରିଛି । ପୂର୍ବ ଶତ୍ରୁତାରୁ ଗତକାଲି ବିଳମ୍ବିତ ରାତିରେ ହତ୍ୟା କରାଯାଇଛି । ଏହି ଘଟଣାକୁ ନେଇ ପରିବାର ଲୋକେ ଅଭିଯୋଗ କରିଛି। ଯାଜପୁର ରୋଡ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଅନ୍ୟପଟେ ମାର୍ଶାଘାଇରେ ଯୁବକଙ୍କୁ ପିଟିପିଟି ହତ୍ୟା କରିଛନ୍ତି ଦୁର୍ବୃତ୍ତ । କେନ୍ଦ୍ରାପଡା ସଦର ଥୋନା ଗରାପୁର ଗାଁରେ ହତ୍ୟାକାଣ୍ଡ ଘଟିଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗଛରେ ବାନ୍ଧି ପିଟିପିଟି ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ମୃତକ ହେଲେ ରାମଚନ୍ଦ୍ର ମଲ୍ଲିକ ।