Photo1 For The News Of Balaram

ଶଯ୍ୟାଶାୟୀ ବଳରାମଙ୍କ ଚିକିତ୍ସା ପାଇଁ ଅର୍ଥ ବାଧକ

State

ଆଗରପଡ଼ା :ଦିନ ମଜୁରିଆ ଭାବେ କାମ କରି ପରିବାର ସଦସ୍ୟଙ୍କ ମୁହଁରେ ଦୁଇ ଓଳି ଦୁଇ ମୁଠା ଦାନା ଦେଉ ଦୁଃଖ କଷ୍ଟରେ ପରିବାର ପ୍ରତିପୋଷଶ କରୁଥିଲା ବଳରାମ । କିନ୍ତୁ ହଠାତ୍ କୌଣସି ଏକ ଅଜଣା ରୋଗରେ ଆକ୍ରାନ୍ତ ହୋଇ ଆଜକୁ ୩ ବର୍ଷ ହେବ ଜୀବନ ମରଣ ସହ ସଂଗ୍ରାମ କରୁଥିବା ବଳରାମଙ୍କ ବ୍ୟୟବହୁଳ ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଥିବା ଜଣାପଡ଼ିଛି । ବନ୍ତ ବ୍ଲକ ବସନ୍ତିଆ ପଂଚାୟତ ଅନ୍ତର୍ଗତ ବସନ୍ତିଆ ଗ୍ରାମର ବଳରାମ ସାହୁ(୫୮) । ୩ବର୍ଷ ପୂର୍ବେ ଏକ ସ୍ଥାନରେ କାମ କରୁଥିବା ବେଳେ ଶରୀରରେ ହଠାତ୍ ଯନ୍ତ୍ରଣା ଅନୁଭବ କରିଥିଲେ । ପ୍ରଥମେ ଭଦ୍ରକ ଓ ପରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେବା ପରେ କୌଣସି ସୁଫଳ ନପାଇବାରୁ ବେସରକାରୀ ସ୍ତରରେ ଧାର କରଜ କରି ମଧ୍ୟ ଚିକିତ୍ସିତ ହେଲେ । କିନ୍ତୁ ଫଳ ଶୂନ ।

ଶେଷରେ କଟକ ବଡ଼ ମେଡ଼ିକାଲରେ ଚିକିତ୍ସିତ ହେବାକୁ ଯାଇଥିଲେ । ସେଠାରେ ଡ଼ାକ୍ତର ବିଭିନ୍ନ ପ୍ରକାର ପରୀକ୍ଷା ନିରୀକ୍ଷା କରି ବଳରାମଙ୍କୁ େଓା÷ଷଧ ଦେଇ ଫେରାଇ ଦେଇଥିଲେ । େଓା÷ଷଧ ସେବନ ପରେ ମଧ୍ୟ ବଳରାମଙ୍କ ଯନ୍ତ୍ରଣାର କୌଣସି ଲାଘବ ହୋଇପାରୁନଥିବା ଜଣାପଡ଼ିଛି । ଗରୀବ ଦିନ ମଜୁରିଆ ବଳରାମ ଧାର କରଜ କରି ଚିନ୍ତାରେ ଥିବା ବେଳେ ପରିବାରର ବୋଝ ତାଙ୍କ ଚିନ୍ତାକୁ ଦ୍ୱିଗୁଣିତ କରିପକାଇଛି । ପରିବାର କହିଲେ ସ୍ତ୍ରୀ,୨ ଝିଅ ଓ ପୁଅ । ୨ଝିଅଙ୍କ ବିବାହ ହୋଇଯାଇଥିବା ବେଳେ ଅର୍ଥର ଅଭାବ ଯୋଗୁଁ ପୁଅ ଚନ୍ଦନ ଆଉ ପାଠ ପଢି ନପାରି ବର୍ତ୍ତମାନ ମାମୁଁ ଘରେ ରହୁଛନ୍ତି । ଏହିପରି ସ୍ଥଳେ ଜୀବନ ମରଣ ସହ ସଂଗ୍ରାମ କରୁଥିବା ବଳରାମ ଚିକିତ୍ସା ପାଇଁ ସରକାରୀ କିମ୍ବା ବେସରକାରୀ ସ୍ତରରେ ଆର୍ଥକ ସହାୟତା ପାଇଁ ନିବେଦନ କରିଛନ୍ତି । ତେଣୁ ସରକାରୀ ସ୍ତରରେ ତାଙ୍କୁ ସହାୟତା ପ୍ରଦାନ ପାଇଁ ବିଭିନ୍ନ ମହଲରୁ ଦାବି ହେଉଛି ।